ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କ ପରଲୋକ

ଭୁବନେଶ୍ୱର:  ବରିଷ୍ଠ ସାମ୍ବାଦିକ ରାମହରି ମିଶ୍ରଙ୍କର ଆଜି ପରଲୋକ ଘଟିଛି । ଭୁବନେଶ୍ୱରସ୍ଥିତ ବାସଭବନରେ ଆଜି ୮୫ ବର୍ଷ ବୟସରେ ସେ ଶେଷନିଶ୍ୱାସ ତ୍ୟାଗ କରିଛନ୍ତି ରାମହରି ମିଶ୍ର। ରାଜ୍ୟ ତଥା ଜାତୀୟ ସ୍ତରର ବହୁ ଜଣାଶୁଣା ଖବରକାଗଜ ପାଇଁ ସାମ୍ବାଦିକତା କରିଥିଲେ ସ୍ବର୍ଗତଃ ମିଶ୍ର। ଓଡ଼ିଆ ଖବର କାଗଜ କଳିଙ୍ଗରୁ ସାମ୍ବାଦିକତା ଆରମ୍ଭ କରିଥିବା ରାମହରି ମିଶ୍ର  ଆନନ୍ଦବଜାର ପତ୍ରିକା, ପାଟ୍ରିୟଟ, ଲିଙ୍କ ଓ ନ୍ୟାସନାଲ୍ ହେରାଲ୍ଡ ଆଦି ଜାତୀୟ ଗଣମାଧ୍ୟମରେ କାର୍ଯ୍ୟ କରିଥିଲେ।

ଜଣେ ସାମ୍ବାଦିକ ହେବା ସହ ସୃଜନଶୀଳ ଲେଖକ ଓ କବି ଭାବରେ ତାଙ୍କର ଖ୍ୟାତି ଥିଲା। ଓଡିଶା କର୍ମଜୀବୀ ସାମ୍ବାଦିକ ସଂଘର ବହୁ ବର୍ଷ ଧରି ସଭାପତି ଥିଲେ । ବିଭିନ୍ନ ଜାତୀୟ ସାମ୍ବାଦିକ ୟୁନିୟନର ବି ସେ ସକ୍ରିୟ ସଦସ୍ୟ ଥିଲେ। ଏଠାରେ ସୂଚନା ଥାଉ କି ସ୍ବର୍ଗତଃଙ୍କ ପତ୍ନୀ କୁମୁଦିନୀ ମିଶ୍ର ମଧ୍ୟ ସମାଜସେବୀ ଭାବେ ବେଶ ଜଣାଶୁଣା। ତାଙ୍କର ଦୁଇ ପୁଅ ଅବିନାଶ ଓ ଅଭିମନ୍ୟୁ ଚଳଚ୍ଚିତ୍ର ନିର୍ମାତା ଭାବେ ମୁମ୍ବାଇରେ ସକ୍ରିୟ ଅଛନ୍ତି ।

ସମ୍ବନ୍ଧିତ ଖବର