ସମ୍ବଲପୁର : ଗତ ୧୪ ତାରିଖ ରାତିରେ ଟାଉନ୍ ଥାନା ଅନ୍ତର୍ଗତ ରାମଜୀମନ୍ଦିର ପଡ଼ାରେ ଦୁଇ ଗୋଷ୍ଠୀ ଯୁବକଙ୍କ ମଧ୍ୟରେ ଗଣ୍ଡଗୋଳ ହେବା ପରେ ସେଠାରେ ପାର୍କିଂ ହୋଇଥିବା ଅଶୋକ ନାଏକଙ୍କ ଏକ ବଲେରୋ(ଓଡି ୧୫ ଏମ୍ ୬୧୭୧)କୁ ସେମାନେ ପୋଡ଼ି ଦେଇଥିଲେ। ଏହା ପରେ ଘଟଣାସ୍ଥଳରେ ଥିବା ଏକ କାର୍ ଓ ଅଟୋକୁ ମଧ୍ୟ ସେମାନେ ଭଙ୍ଗାରୁଜା କରିଥିଲେ। ଏହି ଘଟଣରେ ଅଭିଯୋଗ ପରେ ପୁଲିସ୍ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା ସମୟରେ ଅଭିଯୁକ୍ତମାନେ ସମ୍ବଲପୁରରୁ ଫେରାର୍ ହୋଇଯାଇଥିଲେ।
/sambad/media/post_attachments/wp-content/uploads/2020/11/41afcc2c-cf70-4818-802f-da9d21334a04-300x225.jpg)
ଶୁକ୍ରବାର ସକାଳୁ ପୁଲିସ୍ ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ଅଭିଯୁକ୍ତମାନେ ହେଲେ ଟାଉନ୍ ଥାନା ହାଟପଡ଼ାର ସୁମିତ ପାଣିଗ୍ରାହୀ, ମନୋଜ ନାଏକ ଓ କମଲୀବଜାରର ଅଜୟ ଲାମା। ତେବେ ପୂର୍ବ ଶ୍ରତୁତାକୁ କେନ୍ଦ୍ର କରି ସେମାନେ ୧୪ତାରିଖ ରାତିରେ ଅଶୋକଙ୍କ ଗାଡ଼ି ପୋଡ଼ିଥିବା ନେଇ ପୁଲିସ୍ ନିକଟରେ ସ୍ବୀକାର କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/07/arrest-a.jpg)