ସୁକିନ୍ଦାଗଡ଼ରେ ରାମରଥ ଶୋଭାଯାତ୍ରା

ସୁକିନ୍ଦାଗଡ଼ରେ ରାମରଥ ଶୋଭାଯାତ୍ରା

ସୁକିନ୍ଦା : ସୁକିନ୍ଦାଗଡ଼ରେ ଶ୍ରୀରାମ କମିଟି ପକ୍ଷରୁ ଗତକାଲି ଅପରାହ୍‌ଣରେ ରାମରଥ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି। ରାମ ନବମୀ ଦିନଠାରୁ ସୁକିନ୍ଦାଗଡ଼ ଶ୍ରୀରାମ ମନ୍ଦିରରେ କମିଟି ତତ୍ତ୍ବାବଧାନରେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଉତ୍ସବ ପାଳନ କରାଯିବା ସହିତ ଦୈନିକ ରାମଚରିତ ମାନସ ପାଠ କରାଯାଇଥିଲା। ଗତକାଲି ଉଦ୍‌ଯାପନ ଅବସରରେ ଆୟୋଜିତ ରାମର ଶୋଭାଯାତ୍ରାରେ ଶହଶହ ରାମଭକ୍ତ ଯୋଗଦେଇ ସୁକିନ୍ଦାଗଡ଼ ପରିକ୍ରମା କରିଥିଲେ।

ସୁକିନ୍ଦା ଥାନା ଭାରପ୍ରାପ୍ତ ଅଧିକାରୀ କାବୁଲି ବାରିକ ଶୃଙ୍ଖଳା ରକ୍ଷା କରିଥିଲେ। ସୁକିନ୍ଦାଗଡ଼ ରାମମନ୍ଦିର ଦେବୋତ୍ତର ବିଭାଗ ଅଧୀନରେ ଥିଲେ ମଧ୍ୟ ତାହା ଅବହେଳିତ ଅବସ୍ଥାରେ ଥିଲା। ବିଭାଗର ଅଣଦେଖା କାରଣରୁ ଦୈନନ୍ଦିନ ନୀତିକାନ୍ତିରେ ବିଭ୍ରାଟ ହେଉଥିଲା। ସ୍ଥାନୀୟ ଯୁବକଙ୍କ ସହଯୋଗରେ ଏକ କମିଟି ଗଠନ କରାଯାଇ ଦୈନନ୍ଦିନ ନୀତିକାନ୍ତି ବ୍ୟବସ୍ଥା କରାଯାଇଛି। ଲକ୍ଷାଧିକ ଟଙ୍କା ବ୍ୟୟରେ ଜରାଜୀର୍ଣ୍ଣ ଅବସ୍ଥାରେ ଥିବା ମନ୍ଦିରର ସୌନ୍ଦର୍ଯ୍ୟୀକରଣ କରାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe