ରଣପୁର : ରଣପୁର ଏନ୍ଏସି ଅଞ୍ଚଳରେ ଲୋକଙ୍କ ମଇଳା ଟାଙ୍କିରୁ ମଳ ସଫା କରିବା ପାଇଁ ଲକ୍ଷାଧିକ ଟଙ୍କା ବ୍ୟୟରେ ମଳକୁଣ୍ଡ ଗାଡ଼ି କିଣା ଯାଇଥିଲା। କିନ୍ତୁ ତାହା ଦୀର୍ଘ ଦିନ ହେବ ବ୍ୟବହାର ନ ହୋଇ ଏବେ ଖତ ଖାଉଥିବା ଦେଖିବାକୁ ମିଳିଛି। ଫଳରେ ଏହା ଉପରେ ନିର୍ଭର କରୁଥିବା ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ପ୍ରକାଶ ଥାଉକି, ୨୦୧୬ ମସିହାରେ ରଣପୁର ଏନ୍ଏସି ଲୋକଙ୍କ ସ୍ବାର୍ଥକୁ ଆଖି ଆଗରେ ରଖି ମଳ ସଫା କରିବା ଉଦ୍ଦେଶ୍ୟରେ ୨୦ ଲକ୍ଷ ଟଙ୍କା ବ୍ୟୟରେ ଏକ ସେସ୍ପୁଲ୍ (ମଳକୁଣ୍ତ) ଗାଡ଼ି କିଣା ଯାଇଥିଲା। କିନ୍ତୁ ଗାଡ଼ିଟି କିଣା ହେବା ଦିନଠାରୁ କାର୍ଯ୍ୟରେ ଆସି ନଥିବା ବେଳେ ତାହା ଏବେ ସମ୍ପୂର୍ଣ୍ଣ ଅକାମୀ ହୋଇ ଖତ ଖାଇବାକୁ ବସିଲାଣି। ଅପରପକ୍ଷେ ମଳ ସଫା କରିବା ପାଇଁ ସ୍ଥାନୀୟ ଓ ଆଖପାଖ ଅଞ୍ଚଳର ଲୋକେ ୩ ଗୁଣା ଟଙ୍କା ଖର୍ଚ୍ଚ କରି ନିକଟସ୍ଥ ନୟାଗଡ଼ ଓ ଖୋର୍ଦ୍ଧା ଉପରେ ନିର୍ଭର କରିବାକୁ ବାଧ୍ୟ ହେଉଛନ୍ତି। ଫଳରେ ଲୋକଙ୍କ ମଧ୍ୟରେ ଏ ନେଇ ତୀବ୍ର ଅସନ୍ତୋଷ ବଢ଼ିବାରେ ଲାଗିଛି। ସ୍ଥାନୀୟ ଲୋକେ ଏନ୍ଏସି କର୍ତ୍ତୃପକ୍ଷଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ପ୍ରତିକାର କରାଯାଉ ନାହିଁ। ଏ ସମ୍ପର୍କରେ ଏନ୍ଏସି କାର୍ଯ୍ୟନିର୍ବାହୀ ଅଧିକାରୀ ଅର୍ଚ୍ଚନା ନାୟକଙ୍କୁ ପଚାରିବାରୁ ରଣପୁରର ଗଳି ରାସ୍ତା ଅତ୍ୟନ୍ତ ସଂକୀର୍ଣ୍ଣ ଥିବାରୁ ବଡ଼ ଗାଡ଼ି ଯାଇ ପାରୁ ନାହିଁ। ତେଣୁ ଛୋଟ ସେସ୍ପୁଲ (ମଳକୁଣ୍ତ)ଗାଡ଼ିର ଆବଶ୍ୟକତା ରହିଛି। ଏ ନେଇ ରାଜ୍ୟ ନଗର ଉନ୍ନୟନ ବିଭାଗକୁ ବାରମ୍ବାର ଅବଗତ କରାଯାଉଥିବା ସେ କହିଛନ୍ତି। ତୁରନ୍ତ ଏହାର ସ୍ଥାୟୀ ସମାଧାନ କରିବାକୁ ଲୋକେ ଦାବି କରିଛନ୍ତି। ଦାବି ପୂରଣ ନ ହେଲେ ଲୋକେ ରାଜରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି।
ରଣପୁର ଏନ୍ଏସିରେ ଖତ ଖାଉଛି ଲକ୍ଷାଧିକ ଟଙ୍କାର ମଳକୁଣ୍ତ ଗାଡ଼ି, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ଲୋକେ
/sambad/media/post_attachments/wp-content/uploads/2020/01/ranapur.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)