ସମସ୍ତଙ୍କୁ ଅନୁରୋଧ କରୁଛି ବାତ୍ୟାକୁ ନେଇ ଭୟଭୀତ ହୁଅନ୍ତୁ ନାହିଁ: ଖାଦ୍ୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ

ଭୁବନେଶ୍ବର: ସମ୍ଭାବ୍ୟ ବାତ୍ୟା ପରିସ୍ଥିତିର ମୁକାବିଲା ଲାଗି ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗର ସମୀକ୍ଷା ବୈଠକ ହୋଇଛି। ଏ ନେଇ ଖାଦ୍ୟ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ‘ଭଗବାନ କରନ୍ତୁ ବାତ୍ୟା ନ ହେଉ । ତଥାପି ଆମେ ସବୁ ପରିସ୍ଥିତିର ମୁକାବିଲା ପାଇଁ ପ୍ରସ୍ତୁତ ଅଛୁ । ଅଧିକାରୀମାନଙ୍କୁ ବିଭିନ୍ନ ଜିଲ୍ଲାକୁ ପଠାଯାଇଛି । ବିଶେଷ କରି ଏହି ସମୟରେ କଳାବଜାରୀ ରୋକିବା ପାଇଁ ଆମେ ପଦକ୍ଷେପ ନେଉଛୁ । ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଉଛି । ବିଭିନ୍ନ ସାମଗ୍ରୀ ହୋଡ଼ିଂ କରି ରଖୁଥିବା ଲୋକଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦିଆଯାଇଛି । ଖାଦ୍ୟ ସାମଗ୍ରୀ ଆମ ପାଖରେ ମହଜୁଦ ରହିଛି । ଆବଶ୍ୟକ ପଡ଼ିଲେ ଦିଆଯିବ । ସମସ୍ତଙ୍କୁ ହାତ ଯୋଡି ଅନୁରୋଧ କରୁଛି ଭୟଭୀତ ହୁଅନ୍ତୁ ନାହିଁ । ଖାଦ୍ୟ ସାମଗ୍ରୀ ପର୍ଯ୍ୟାପ୍ତ ପରିମାଣର ମହଜୁଦ ରହିଛି।’

ସମ୍ବନ୍ଧିତ ଖବର