ଭୁବନେଶ୍ବର : ଧର୍ମଶାଳା ବ୍ଲକ୍ ହରିଦାସପୁର ପିଇଓ ସ୍ମିତାରାଣୀ ବିଶ୍ବାଳଙ୍କ ରହସ୍ୟଜନକ ମୃତ୍ୟୁ ପରେ ବିବାଦ ଘେରକୁ ଆସିଥିବା ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ‘ରଙ୍ଗଶାଳା’କୁ ଗତକାଲି ଜିଲ୍ଲା ପ୍ରଶାସନ ଭାଙ୍ଗି େଦଇଛି। ଆଜି ଏହାକୁ ସମାଲୋଚନା କରିଛି ବିଜେପି। ତଥ୍ୟ ପ୍ରମାଣ ନଷ୍ଟ କରିବାକୁ ଯାଜପୁର ଜିଲ୍ଲା ପ୍ରଶାସନ ଚେଷ୍ଟା କରୁଛି ବୋଲି ଦଳ ଅଭିଯୋଗ ଆଣିଛି।
ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ରାଜ୍ୟ ସମ୍ପାଦିକା ଲେଖାଶ୍ରୀ ସାମନ୍ତସିଂହାର କହିଲେ, ୨୦୧୮ ମସିହାରେ ରାଜ୍ୟ ସରକାର କାଗଜରେ ଦେଖାଇଥିଲେ ଯେ ସେହି ଘରକୁ ଭଙ୍ଗାଯାଇଛି। କିନ୍ତୁ ବାସ୍ତବରେ ଭଙ୍ଗାଯାଇ ନ ଥିଲା। କିନ୍ତୁ ପରେ ସେହି ଘରେ ସ୍ମିତାରାଣୀଙ୍କୁ ହତ୍ୟା କରାଗଲା। ଏେବ ସେହି ଘରକୁ ଭାଙ୍ଗିବା ପାଇଁ ଜିଲ୍ଲା ପ୍ରଶାସନର ତତ୍ପରତା ବଢ଼ିଗଲା। ସ୍ମିତାରାଣୀ ହତ୍ୟାକାଣ୍ଡର ପ୍ରମାଣ ନଷ୍ଟ କରିବା ପାଇଁ େବଆଇନ ଘରକୁ ଜିଲ୍ଲା ପ୍ରଶାସନ ଦ୍ବାରା ଭଙ୍ଗାଯାଇଛି। ସ୍ମିତାରାଣୀଙ୍କ ହତ୍ୟା ସମୟରେ ସେଠାରେ ମୁଖ୍ୟ ଅଭିଯୁକ୍ତ ରୂପେଶ ଭଦ୍ରଙ୍କ ସହ ଚାରି ଜଣ ବିଜେଡିର ନିର୍ବାଚିତ ପ୍ରତିନିଧି, ରାମ୍କୋ ଅଧିକାରୀ ଉପସ୍ଥିତ ଥିଲେ। ସେଦିନ ରଙ୍ଗଶାଳାରେ କ’ଣ ଘଟିଛି, ତାହାର ତଥ୍ୟ ପ୍ରମାଣ ସେହି ଘରେ ରହିଥିଲା। ସେଠାରେ ଥିବା ସିସିଟିଭିକୁ ବି ଜବତ କରାଯାଇ ନାହିଁ। ବର୍ତ୍ତମାନ ସେହି ସିସିଟିଭି କାହା ପାଖରେ ଅଛି, ତାହା ଉତ୍ତର ପୁଲିସ ପାଖରେ ନାହିଁ। ମୁଖ୍ୟ ଅଭିଯୁକ୍ତଙ୍କ ସମେତ ବିଜେଡି ପ୍ରତିନିଧି ଓ ରାମ୍କୋ ଅଧିକାରୀଙ୍କୁ ସୁରକ୍ଷା ଦେବା ପାଇଁ ଯାଜପୁର ଜିଲ୍ଲା ପ୍ରଶାସନ ସମସ୍ତ ତଥ୍ୟ ପ୍ରମାଣ ନଷ୍ଟ କରିବାରେ ଲାଗିଛି। ସିସିଟିଭି କ୍ୟାମେରା ଫୁଟେଜ୍ ଜବତ ନ କରିବା ଓ ଯେଉଁ ଗାଡ଼ିରେ ସ୍ମିତାରାଣୀଙ୍କ ଶବ ବୁହା ହେଲା ତାହାକୁ ଜବତ ନ କରିବା ହିଁ ପୁଲିସ୍ର କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଯାଜପୁର ଏସ୍ପି ସ୍ମିତାରାଣୀଙ୍କ ଚରିତ୍ର ହନନ କଲା ପେର ତାଙ୍କ ବିରୋଧରେ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେନି। ସ୍ମିତାରାଣୀ ହତ୍ୟାକାଣ୍ଡର ସିବିଆଇ ତଦନ୍ତ କରାଗଲେ ହିଁ ସମସ୍ତ ତଥ୍ୟ ପଦାକୁ ଆସିବ ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି। ଯଦି େଗାଟିଏ ବେଆଇନ ରଙ୍ଗଶାଳା ଭଙ୍ଗାଗଲା, ତେବେ ରାମ୍କୋ ଦ୍ବାରା ନିଆଯାଇଥିବା ଶହ ଶହ ଏକର ବେଆଇନ ଜମି, ଅନାବାଦି ଜମି, ଶ୍ମଶାନ ଜମି ଓ ଦେବୋତ୍ତର ଜମିକୁ କେବେ ଜବତ କରାଯିବ ବୋଲି ବିଜେପି ପ୍ରଶ୍ନ କରିଛି।