ଗୋପାଳପୁର : ରଙ୍ଗେଇଲୁଣ୍ଡା ବିମାନବନ୍ଦର ସମ୍ପ୍ରସାରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ଦ୍ବିତୀୟଥର ପାଇଁ ଟେଣ୍ଡର ଆହ୍ବାନ କରାଯାଇଛି।
ପ୍ରଥମଥରର ଆହ୍ବାନ କରାଯାଇଥିବା ଟେଣ୍ଡରରେ ମାତ୍ର ଜଣେ ଅଂଶଗ୍ରହଣ କରିଥିବାରୁ ଏହାକୁ ବାତିଲ କରି ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଡିଏମ୍ଏଫ୍ ଓ ଇଏମ୍ଏଫ୍ ରୟାଲିଟି ବାବଦରେ ରହିଥିବା ଦ୍ବନ୍ଦ୍ବ ଯୋଗୁ ଟେଣ୍ଡର ଆହ୍ବାନରେ ବିଳମ୍ବ ହେଉଥିଲା। ଶେଷରେ ଏହି ଦ୍ବନ୍ଦ୍ବ ଦୂର ହେବାପରେ ଗତକାଲି ପୂର୍ତ୍ତ ବିଭାଗ ପକ୍ଷରୁ ପ୍ରାୟ ୩୦କୋଟି ଟଙ୍କାରୁ ଊର୍ଦ୍ଧ୍ବ ମୂଲ୍ୟର ଟେଣ୍ଡର ଆହ୍ବାନ କରାଯାଇଛି। ରଙ୍ଗେଇଲୁଣ୍ଡା ବିମାନବନ୍ଦରକୁ ବି-୨ ଟାଇପ୍ କରିବା ଏବଂ ଏହାକୁ ସଂପ୍ରସାରିତ କରିବା ପାଇଁ ଯୋଜନା କରାଯାଇଥିବା ବେଳେ ଟେଣ୍ଡର ଦାଖଲ କରିବାର ଶେଷ ଜୁନ୍ ୭ତାରିଖ ଧାର୍ଯ୍ୟ କରାଯାଇଛି।