ସିନ୍ଧେକେଲା/ ଖପ୍ରାଖୋଲ: ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଦେଶର ଅନନ୍ୟ ଯୋଗିନୀ ପୀଠ ରାଣୀପୁର ଝରିଆଲକୁ ସୋମବାର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିଦର୍ଶନରେ ଆସିଥିଲେ। ମନ୍ଦିର ଟ୍ରଷ୍ଟ କମିଟି ତରଫରୁ ତାଙ୍କୁ ଭବ୍ୟ ସ୍ୱାଗତ ଦିଆଯାଇଥିଲା। ଉପମୁଖ୍ୟମନ୍ତ୍ରୀ ପରେ ସୋମେଶ୍ୱର ମହାଦେବଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହ ମୁଖ୍ୟ ପୂଜକ ଜଗମୋହନ ତ୍ରିପାଠୀଙ୍କ ସହ ପୀଠର ସୁବିଧା ଅସୁବିଧା ବିଷୟରେ ଆଲୋଚନା କରିଥିଲେ। ବ୍ଲକ୍ ପ୍ରଶାସନ ତରଫରୁ ଆୟୋଜିତ ବୈଠକରେ ପ୍ରସ୍ତୁତ ହୋଇଥିବା ଡିପିଆର୍ ପ୍ରଦର୍ଶନ କରାଯାଇଥିଲା। ଏହି ଅବସରରେ ଉପମୁଖ୍ୟମନ୍ତ୍ରୀ ପୀଠର ବିକାଶ କାର୍ଯ୍ୟ ପାଇଁ ୮୭ କୋଟି ୯୩ ଲକ୍ଷ ୨୮ ହଜାର ଟଙ୍କାର ପ୍ରଥମ ପର୍ଯ୍ୟାୟରେ ଅନୁଦାନ ଘୋଷଣା କରିଥିଲେ। ମନ୍ଦିର ଟ୍ରଷ୍ଟ କମିଟି ଆବାହକ ଅନିଲ ତ୍ରିପାଠୀ ଧନ୍ୟବାଦ ଦେଇଥିଲେ। ପରେ କଣ୍ଟାବାଞ୍ଜି ବିଧାୟକ ଲକ୍ଷ୍ମଣ ବାଗ ମଧ୍ୟ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଟ୍ରଷ୍ଟ କମିଟି ସଭାପତି ମାଣିକଚନ୍ଦ ଜୈନ, ସମ୍ପାଦକ କ୍ଷୀରସିନ୍ଧୁ ଭୋଇ, ମଞ୍ଜେସ ମେହେର, ଝରିଆଲ ସରପଞ୍ଚ ଭରଦ୍ୱାଜ ଗହୀର, ସମିତି ସଭ୍ୟ ରାଜୁ ହାତୀ, ଗୋପୀନାଥ ସାହୁ, ରଶ୍ମିରଞ୍ଜନ ପୁଟେଲ, ନିତ୍ୟାନନ୍ଦ ପୃଷେଠ, ରମା ସାହୁ, ଜ୍ୟୋତି ସାହୁ, ନବଘନ ଭରାସଗ୍ରିଆ, ଯୁବରାଜ ବାଗ ପ୍ରମୁଖ ଉପସ୍ଥିତ ଥିଲେ।
ସେହିପରି ଉପମୁଖ୍ୟମନ୍ତ୍ରୀ ସୋମବାର ଖପ୍ରାଖୋଲ ବ୍ଲକ୍ର ପର୍ଯ୍ୟଟନସ୍ଥଳୀ ହରିଶଙ୍କର ଗସ୍ତ କରିଥିଲେ। ଭାଜପା ତରଫରୁ ଖପ୍ରାଖୋଲ ଥାନା ଛକରେ ତାଙ୍କୁ ସ୍ୱାଗତ କରାଯାଇଥିଲା। ପରେ ହରିଶଙ୍କର ବନବିଭାଗ ଡାକବଙ୍ଗଳା ପାର୍କରେ ସେ ଚାରାରୋପଣ କରିଥିଲେ। ହରିଶଙ୍କର ଠାକୁରଙ୍କ ଦର୍ଶନ ସହ ଝରଣାକୁଳ, ପ୍ରାକୃତିକ ଶୋଭାରାଶି ଦେଖି ଥିଲେ। ଏହି ଅବସରରେ ରାଜ୍ୟ ପର୍ଯ୍ୟଟନ ବିଭାଗ କମିସନର ତଥା ସଚିବ ବଳବନ୍ତ ସିଂ, ଭବାନୀପାଟଣା ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ସନ୍ତୋଷ କୁମାର ଯୋଷୀ, ବଲାଙ୍ଗୀର ଜିଲ୍ଲାପାଳ ଗୌରବ ଶିବାଜୀ ଇସାଲୱର, ମନ୍ତ୍ରୀଙ୍କ ଓଏସ୍ଡି ମନୋଜ ବେହେରା, କଣ୍ଟାବାଞ୍ଜି ପୂର୍ତ୍ତ ବିଭାଗ ନିରୀକ୍ଷଣ ଯନ୍ତ୍ରୀ ଜ୍ଞାନରଞ୍ଜନ ନାଏକ, ବଲାଙ୍ଗୀର ଡିଏଫ୍ଓ ଅଜିତ ବିଶି, ପାଟଣାଗଡ଼ ଉପଜିଲ୍ଲାପାଳ ସୁନୀଲ ମେହେର, ପାଟଣାଗଡ଼ ଏସ୍ଡିପିଓ ସଦାନନ୍ଦ ପୁଝାରୀ, ଖପ୍ରାଖୋଲ ବିଡିଓ ବିବେକାନନ୍ଦ ଷଡ଼ଙ୍ଗୀ, ତହସିଲଦାର ସତ୍ୟସୁନ୍ଦର ରାଉତରାୟ, ବ୍ଲକ୍ ସହକାରୀ ନିର୍ବାହୀ ଯନ୍ତ୍ରୀ ରାଜକିଶୋର ନାଏକ, ଭାଜପା ଜିଲ୍ଲା ସଭାପତି ଶ୍ରୀବତ୍ସ ବେହେରାଙ୍କ ସମେତ ଦଳୀୟ କର୍ମୀ ଉପସ୍ଥିତ ଥିଲେ।
ବିକାଶ ପଥରେ ରାଣୀପୁର ଝରିଆଲ: ବୁଲି ଦେଖିଲେ ଉପମୁଖ୍ୟମନ୍ତ୍ରୀ, ୮୮ କୋଟି ଅନୁଦାନ ଘୋଷଣା
ବଲାଙ୍ଗୀର ଜିଲ୍ଲାରେ ଅବସ୍ଥିତ ଦେଶର ଅନନ୍ୟ ଯୋଗିନୀ ପୀଠ ରାଣୀପୁର ଝରିଆଲକୁ ସୋମବାର ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପର୍ଯ୍ୟଟନ ମନ୍ତ୍ରୀ ପ୍ରଭାତୀ ପରିଡ଼ା ପରିଦର୍ଶନରେ ଆସିଥିଲେ। ମନ୍ଦିର ଟ୍ରଷ୍ଟ......
/sambad/media/media_files/2025/08/12/untitled-16-2025-08-12-07-43-48.jpg)