ଭୁବନେଶ୍ୱର: ଯୁବ ଗାଳ୍ପିକ ତଥା ଜନଜାତି ଗବେଷକ ରଂଜନ ପ୍ରଧାନ ‘ଭାରତୀୟ ଭାଷା ପରିଷଦ’ର ‘ଯୁବ ପୁରସ୍କାର-୨୦୧୮’ ପାଇବାକୁ ମନୋନୀତ ହୋଇଛନ୍ତି। ଏହି ପୁରସ୍କାର ବାବଦରେ ଶ୍ରୀ ପ୍ରଧାନଙ୍କୁ ଅଙ୍ଗବସ୍ତ୍ର, ତାମ୍ରଫଳକ ଓ ଅର୍ଥରାଶି ୨୧ ହଜାର ଟଙ୍କା ପ୍ରଦାନ କରାଯିବ ବୋଲି କଲିକତାସ୍ଥିତ ‘ଭାରତୀୟ ଭାଷା ପରିଷଦ’ର ସଭାପତି ଡ. କୁସୁମ ଖେମାନୀ ସୂଚନା ଦେଇଛନ୍ତି। ଆସନ୍ତା ମାର୍ଚ୍ଚ ମାସ ୧୦ ଓ ୧୧ ତାରିଖ ଦୁଇଦିନ ଧରି ଚାଲିବାକୁ ଥିବା ‘ଅଳଙ୍କରଣ ସମାରୋହ’ ଏବଂ ‘ଜାତୀୟସ୍ତରର କର୍ମଶାଳା’ ଅବସରରେ ଶ୍ରୀ ପ୍ରଧାନଙ୍କୁ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯିବ। ସୂଚନାଯୋଗ୍ୟ, ଏହି ଜାତୀୟ ପୁରସ୍କାର ପ୍ରତିବର୍ଷ ବିଭିନ୍ନ ଭାରତୀୟ ଭାଷାରେ ଲେଖାଲେଖି କରୁଥିବା ଯୁବ ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥାଏ। ଚଳିତବର୍ଷ ଓଡ଼ିଆ ଭାଷା ପାଇଁ ଶ୍ରୀ ପ୍ରଧାନଙ୍କୁ ପୁରସ୍କୃତ କରାଯିବ। ଶ୍ରୀ ପ୍ରଧାନ ଓଡ଼ିଶାର ଜନଜାତିଙ୍କ ଉପରେ ବ୍ୟାପକ ଗବେଷଣା କରିବା ସହିତ ଓଡ଼ିଶାର ନଦୀ ଓ ପାହାଡ଼କୁ ନେଇ ଗବେଷଣା ଜାରି ରଖିଛନ୍ତି। ଓଡ଼ିଆ ଭାଷାରେ କ୍ଷୁଦ୍ରଗଳ୍ପ ରଚନା ସାଙ୍ଗକୁ ଏଯାବତ୍ ତାଙ୍କର ୧୭ ଖଣ୍ଡ ଗବେଷଣାଲବ୍ଧ ପୁସ୍ତକ ପ୍ରକାଶିତ ହୋଇଛି। ପୂର୍ବରୁ ଶ୍ରୀ ପ୍ରଧାନ ‘ଭୁବନେଶ୍ୱର ପୁସ୍ତକ ମେଳା’, ରାଜଧାନୀ ପୁସ୍ତକ ମେଳା ଏବଂ କଳିଙ୍ଗ ପୁସ୍ତକ ମେଳା ସମ୍ମାନ ସମେତ ଓଡ଼ିଶାର ବିଭିନ୍ନ ସାହିତ୍ୟ ସଂଗଠନ ପକ୍ଷରୁ ପୁରସ୍କୃତ ହୋଇଛନ୍ତି।
ରଂଜନ ପ୍ରଧାନ ପାଇବେ ‘ଭାରତୀୟ ଭାଷା ପରିଷଦ’ର ‘ଯୁବ ପୁରସ୍କାର-୨୦୧୮’
/sambad/media/post_attachments/wp-content/uploads/2018/01/ranjan-passport-size.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)