ରଞ୍ଜନ ସାହୁ ହେଲେ ଲୋକ ମହୋତ୍ସବ ସଂଯୋଜକ 

ସମ୍ବଲପୁର: ନୃତ୍ୟଗୁରୁ ରଂଜନ ସାହୁ ଲୋକ ମହୋତ୍ସବ ୨୦୨୨ର ସଂଯୋଜକ ମ‌ନୋନୀତ ହୋଇଛନ୍ତି। ସେହିପରି ଯୁବ ଆଇନ୍‌ଜୀବୀ ଅନୁପ ତରିଆଙ୍କୁ ସହସଂଯୋଜକ ଦାୟିତ୍ବ ଦିଆଯାଇଛି। ବୁଧବାର ଜିଲ୍ଲା ପ୍ରଶାସନ ଲୋକ ମହୋତ୍ସବ ପାଇଁ ସଂଯୋଜକ ଓ ଆବାହକମାନଙ୍କ ନାମ ତାଲିକା ପ୍ରକାଶ କରିଛି। ସେହିପରି ନୋଡାଲ୍ ଅଧିକାରୀ ବି ନିଯୁକ୍ତ ହୋଇଛନ୍ତି। ସୂର୍ଯ୍ୟ ପ୍ରକାଶ ଗୁରୁଙ୍କୁ ସାଂସ୍କୃତିକ ଦଳ ଉପସମିତିର ଆବାହକ ମନୋନୀତ କରାଯାଇଛି। ବିଭିନ୍ନ ସାଂସ୍କୃତିକ ଦଳ ଗୁଡ଼ିକ ସହ ଯୋଗାଯୋଗ କରି ସେମାନଙ୍କୁ ଲୋକ ମହୋତ୍ସବକୁ ଆଣିବା ତାଙ୍କର ମୁଖ୍ୟ ଦାୟିତ୍ବ ହେବ। ସୁବ୍ରତ ପଣ୍ଡାଙ୍କୁ ଖାଦ୍ୟ ଉପସମିତିର ଦାୟିତ୍ବ ପ୍ରଦାନ କରାଯାଇଛି। ରାହୁଲ ଗୁପ୍ତା ଏବଂ ଚନ୍ଦ୍ରଶେଖର ପାତ୍ର ପ୍ରଚାର ଓ ଶୋଭାଯାତ୍ରା ଉପସମିତି, ଦେବାଶିଷ ପ୍ରଧାନ ଏବଂ ଅମିତ ନାଥ ପ୍ରଦର୍ଶନୀ, ଆଶିଷ ପ୍ରଧାନ ଏବଂ ଗୌତମ ମିଶ୍ର ଡକ୍ୟୁମେଣ୍ଟାସନ୍, ସୂର୍ଯ୍ୟ ପାଣିଗ୍ରାହୀ ସମ୍ବର୍ଦ୍ଧନା, ଏମ୍‌ଡି ସନାଉଲ୍ଲା ଏବଂ ନନ୍ଦକିଶୋର ସାହୁ ଅଭ୍ୟର୍ଥନା, ଅତୀଶ ଶତପଥୀ ଏବଂ ମାହେଶ୍ବରୀ ପାଣିଗ୍ରାହୀ ଆଲୋଚନାଚକ୍ର, ସତ୍ୟ ନାରାୟଣ ଠାକୁର ସତ୍ୟ ନାରାୟଣ ଠାକୁର, ଅମିତ ପତି ପରିବହନ ଓ ରହଣି, ତର୍ପଣ ପ୍ରଧାନ ଏବଂ ମାନସ ମିଶ୍ର ଉପସ୍ଥାପନା, ଭବାନୀ ଭୋଇ ଗଣମାଧ୍ୟମ, ସୁଧାଂଶୁ ପୂଜାରୀ ଏବଂ ନିଶିକାନ୍ତ ବିଶ୍ବାଳ ଷ୍ଟଲ୍‌, ସୌରୀ ପାଣିଗ୍ରାହୀ ଏବଂ ସନ୍ତୋଷ ବଢ଼େଇ ପାର୍କିଂ, କାଳିଦାସ ପଣ୍ଡା, କାନ୍ତି ମେହେର ଏବଂ ବାବାଜୀ ମେହେର ପରିମଳ ଉପକମିଟିର ଆବାହକ ମନୋନୀତ ହୋଇଛନ୍ତି।

ଏହାଛଡ଼ା ସରକାରୀ ଅଧିକାରୀମାନଙ୍କୁ ମଧ୍ୟ ଲୋକମହୋତ୍ସବର ବିଭିନ୍ନ ଦାୟିତ୍ବ ପ୍ରଦାନ କରାଯାଇଛି। ଏମ୍‌ଏମ୍‌ସି କମିସନର୍‌ ପ୍ରଦୀପ ସାହୁ ଲୋକମହୋତ୍ସବର ମୁଖ୍ୟ ନୋଡାଲ୍ ଅଧିକାରୀ ଏବଂ ସଦର ଉପଜିଲ୍ଲାପାଳ ପ୍ରଭାସ ଡନ୍‌ସେନା ସହକାରୀ ମୁଖ୍ୟ ନୋଡାଲ୍ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ସେହିପରି ଜିଲ୍ଲା ପରିଷଦ ନିର୍ବାହୀ ଅଧିକାରୀ ଦିଲୀପ କୁମାର ବଳ ପଲ୍ଲିଶ୍ରୀ ମେଳାର ନୋଡାଲ୍ ଅଧିକାରୀ ଏବଂ ଅତିରିକ୍ତ ନିର୍ବାହୀ ଅଧିକାରୀ ଶରତ କୁମାର ବାଗ ସହକାରୀ ନୋଡାଲ୍ ଅଧିକାରୀ ନିଯୁକ୍ତ ହୋଇଛନ୍ତି। ଏହାଛଡ଼ା ପ୍ରତ୍ୟେକ ଉପସମିତି ପାଇଁ ୨-୩ ଜଣ ଲେଖାଏଁ ଅଧିକାରୀଙ୍କୁ ଦାୟିତ୍ବ ପ୍ରଦାନ କରାଯାଇଛି।

ସମ୍ବନ୍ଧିତ ଖବର