ରଣପିସେ ସିଆରପିଏଫ୍ ଆଇଜି

ଭୁବନେଶ୍ବର : ବରିଷ୍ଠ ଆଇପିଏସ୍‌ ଅଫିସର୍‌ ପି. ଏସ୍. ରଣପିସେ ସିଆରପିଏଫ୍ ଆଇଜି ଭାବେ ନୂତନ ନିଯୁକ୍ତି ପାଇଛନ୍ତି। ଓଡ଼ିଶାରେ ଅବସ୍ଥାପିତ ଶ୍ରୀ ରଣପିସେ କେନ୍ଦ୍ରୀୟ ଡେପୁଟେସନ୍‌ରେ ଯିବେ। ସିଆରପିଏଫ୍ ଆଇଜି ଦାୟିତ୍ବ ଗ୍ରହଣ କରିବା ଦିନଠାରୁ ୫ବର୍ଷ ପର୍ଯ୍ୟନ୍ତ ସେ ସେଠାରେ କାର୍ଯ୍ୟ କରିବେ। ତେଣୁ ଶ୍ରୀ ରଣପିସେଙ୍କୁ ତୁରନ୍ତ ଦାୟିତ୍ବମୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁସଚିବ ଏ ନେଇ ମୁଖ୍ୟ ଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି। ୧୯୯୫ ବ୍ୟାଚ୍‌ର ଏହି ଅଫିସର୍‌ ଏବେ ଭିଜିଲାନ୍ସ ଆଇଜି ଭାବେ ଅବସ୍ଥାପିତ ଅଛନ୍ତି। ଏହା ପୂର୍ବରୁ ସେ ଦ୍ବୈତନଗରୀର ଅତିରିକ୍ତ ପୁଲିସ କମିସନର୍‌ ଭାବେ କାର୍ଯ୍ୟ କରିଥିଲେ। ୧୯୮୯ ବ୍ୟାଚ୍‌ ଆଇପିଏସ୍‌ ଅମ୍ରିତ୍‌ମୋହନ ପ୍ରସାଦଙ୍କୁ ଆଇଟିବିପିର ଅତିରିକ୍ତ ଡିଜି ଭାବେ ନିଯୁକ୍ତି ମିଳିଛି।

ସମ୍ବନ୍ଧିତ ଖବର