ଫନି ପାଇଁ ମୁକାବିଲା ପାଇଁ ନୌସେନା ତୟାର: ମୁତୟନ ହେଲା ଟିମ୍‌ ଯୁଦ୍ଧପୋତ

ଭୁବନେଶ୍ୱର: ଭୟଙ୍କର ବାତ୍ୟା ଧୀରେ ଧୀରେ ସ୍ଥଳଭାଗକୁ ମାଡି ଆସୁଛି। ଏହାକୁ ମୁକାବିଲା କରିବାପାଇଁ ରାଜ୍ୟ, କେନ୍ଦ୍ର ସରକାରଙ୍କ ସମେତ ଏନଡିଆରଏଫ ଓ ଭାରତୀୟ ନୌସେନା ମଧ୍ୟ ଏକଦମ ପ୍ରସ୍ତୁତ ନୌସେନାର ତିନିଟି ଜାହାଜ ଆଇଏନଏସ ସହ୍ୟାଦ୍ରି, ଆଇଏନଏସ ରଣବୀର ଓ ଆଇଏନଏସ କଦ୍ଦମାତକୁ ଏହି ଅପରେସନରେ ସାମିଲ କରାଯାଇଛି ।

ଏହି ତିନିଟି ଜାହାଜକୁ ସମୁଦ୍ର ବକ୍ଷରେ ମୁତୟନ କରାଯାଇଥିବାବେଳେ ଅନ୍ୟ ୪ଟି ଜାହାଜକୁ ତାମିଲନାଡୁ ଉପକୂଳରେ ପ୍ରସ୍ତୁତ କରି ରଖାଯାଇଛି। ସେହିପରି ୭ଟି ହେଲିକପ୍ଟଟକୁ ମଧ୍ୟ ବିଶାଖାପାଟଣାରେ ପ୍ରସ୍ତୁତ କରି ରଖାଯାଇଛି। ଏସବୁଥିରେ ମେଡିକାଲ ଟିମ ସାଙ୍ଗକୁ ଏଚଏଡ଼ିଆର ସାମଗ୍ରୀ ମଧ୍ୟ ରଖାଯାଇଛି। ସେହିପରି ଫନିର ପ୍ରତିଟି ଅପଡେଟ ପାଇଁ ଡପ୍ଲର ରାଡ଼ାର ଉପରେ ମଧ୍ୟ ନଜର ରଖାଯାଇଛି। ବିଶେଷ କରି ତିନିଟି ଜାହାଜ ଝଡର ଗତିପଥକୁ ନେଇ ନିଜର ପ୍ରସ୍ତୁତି ଚଳାଇଛନ୍ତି ।

ସମୁଦ୍ର ମଧ୍ୟରେ ଯଦି କୌଣସି ଧୀବର ଫସିଯାଇଥିବେ ବା ଯେ କୌଣସି ସ୍ଥିତିର ମୁକାବିଲା କରିବା ପାଇଁ ଏମାନେ ସଜାଗ ହୋଇ ରହିଛନ୍ତି। ଭାରତୀୟ ତଟରକ୍ଷୀ ବାହିନୀ,ଏନଡିଆରଏଫ,ପ୍ରଭାବିତ ହେବାକୁ ଥିବା ରାଜ୍ୟ ସରକାରମାନଙ୍କ ସହ ନୌସେନାର ଅଧିକାରୀମାନେ ସମ୍ପର୍କରେ ଅଛନ୍ତି।

ସମ୍ବନ୍ଧିତ ଖବର