ବଲାଙ୍ଗୀର: ବଲାଙ୍ଗୀର ସଦର ଥାନା ଅନ୍ତର୍ଗତ ଉଚ୍ଚବାହାଲ ଗ୍ରାମର ଜଣେ ନାବାଳିକା (୧୬ବର୍ଷ)ଙ୍କୁ ୧୮.୧୨.୨୦୧୯ ତାରିଖ ଦିନ ଗ୍ରାମ ନିକଟସ୍ଥ ଏକ ବାଉଁଶବଣରେ ଦୁଷ୍କର୍ମ ହୋଇଥିଲା। ଏହି ମାମଲାରେ ସରକାରଙ୍କ ପକ୍ଷରୁ ୧୬ ଜଣ ସାକ୍ଷ୍ୟଙ୍କ ବୟାନକୁ ଆଧାର କରି ଦଫା ୩୭୬ ଆଇପିସି ଏବଂ ୬ ପୋକ୍ସୋ ଆଇନରେ ଅଭିଯୁକ୍ତ ଦୟାକର ଘିଭେଲାଙ୍କୁ ଦୋଷୀ ସାବ୍ୟସ୍ତ କରି ବଲାଙ୍ଗୀର ଜିଲ୍ଲା ଫାଷ୍ଟଟ୍ରାକ୍ ପୋକ୍ସୋ ଜଜ ବିରଞ୍ଚି ନାରାୟଣ ମିଶ୍ର ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଏବଂ ୧ ଲକ୍ଷ ତଣ୍ଡ ଗଣିବା ପାଇଁ ଆଦେଶ ଏବଂ ଅନାଦେୟରେ ଆଉ ଦୁଇ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି।

Advertisment

ଅନ୍ୟତମ ଅଭିଯୁକ୍ତ ପୁରନ୍ଦର ଘିଭେଲାକୁ ଦଫା ୫୦୬ ଆଇପିସିରେ ଦୋଷୀ ସାବ୍ୟସ୍ତ କରି ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି। ଉପରୋକ୍ତ ମାମଲାର ତଦାରଖ ଏସ୍‌ଆଇ ମଳୟ ରଞ୍ଜନ ପଣ୍ଡା କରିଥିବା ବେଳେ ସରକାର ତଥା ପୀଡ଼ିତାଙ୍କ ତରଫରୁ ସ୍ପେସିଆଲ ପବ୍ଲିକ ପ୍ରସିକ୍ୟୁଟର ଜୟରାମ ମିଶ୍ର ପରିଚାଳନା କରୁଥିଲେ।