ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ନିର୍ଦ୍ଦୋଷରେ ଖଲାସ

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ସଦର ଥାନା ଅଂଚଳରେ ଗତ ୨୦୧୪ମସିହାରେ ହୋଇଥିବା ଗୋଟିଏ ଦୁଷ୍କର୍ମ ମାମଲାର ଶୁଣାଣି କରି ଫାଷ୍ଟଟ୍ରାକ୍ ସ୍ବତନ୍ତ୍ର ଅଦାଲତର ଆଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ପ୍ରଦୀପ କୁମାର ସାସମଲ ଅଭିଯୁକ୍ତ କରୁଣା କର ଅମନାତ୍ୟଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୨୦୧୪ମସିହା ସେପ୍ଟମ୍ବର  ୧୩ତାରିଖ ଦିନ ଜୟପୁର ସଦରଥାନା ଅଂଚଳର ଜୈନେକା ନାବାଳିକା ବିଦ୍ୟାଳୟକୁ ଯାଉଥିବା ବେଳେ ଅଭିଯୁକ୍ତ କରୁଣା କର ଅମନାତ୍ୟ ନାବାଳିକାକୁ ପ୍ରେମ ନିବେଦନ କରି ବିବାହ କରିବାର ପ୍ରଲୋଭନ ଦେଖାଇ ନାବାଳିକାର ଇଛା ବିରୋଧରେ ଡରାଇ ଧମକାଇ ଦୁଷ୍କର୍ମ କରିଥିଲେ। ନାବାଳିକା ଜଣକ ଏ ନେଇ ପରିବାରବର୍ଗକୁ ଏସଂପର୍କରେ ଅବଗତ କରିଥିଲେ।  ପରେ ଗାଁରେ ପଂଚାୟତ ବସିବା ସହ ନାବାଳିକାକୁ ଅଭିଯୁକ୍ତଙ୍କୁ ବାହା ହେବାକୁ ପିଡ଼ୀତା ନାବାଳିକାଙ୍କ ପରିବାରବର୍ଗ କହିଥିଲେ। ଅଭିଯୁକ୍ତ ଏହାକୁ ମାନି ନଥିଲା। ଏ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ୨୦୧୪ମସିହା ସେପ୍ଟମ୍ବର  ୧୪ତାରିଖ ଦିନ ଜୟପୁର ମହିଳା ଥାନାରେ ଏତଲା ଦେଇଥିଲେ।  ପୁଲିସ ମାମଲାର ତଦନ୍ତ କରି ଅଭିଯୁକ୍ତଙ୍କୁ ଗିରଫ କରିବା ସହ  ପିଡ଼ୀତା ଓ ଅଭିଯୁକ୍ତ ଉଭୟଙ୍କର ଡାକ୍ତରୀ ମାଇନା କରି ଅଭିଯୁକ୍ତଙ୍କୁ କୋର୍ଟକୁ ଚାଳାଣ କରିଥିଲେ। ଏହି ମାମଲାରେ କୋର୍ଟରେ ୧୫ଜଣଙ୍କର ସାକ୍ଷ୍ୟ ନିଆଯାଇଥିଲା। ଉପଯୁକ୍ତ ତଦନ୍ତ ଓ  ସାକ୍ଷ୍ୟ ପ୍ରମାଣ ଅଭାବରୁ ମାନ୍ୟବର ଫାଷ୍ଟଟ୍ରାକ ସ୍ବତନ୍ତ୍ର ଅଦାଲତର ଆଡହକ୍ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ୍ ଅଭିଯୁକ୍ତ କରୁଣାକର ଅମନାତ୍ୟଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି। ଏହି ମାମଲାରେ ଅଭିଯୁକ୍ତଙ୍କ ପକ୍ଷରୁ ଆଇନଜୀବୀ ଆରତୀ ମହାନ୍ତି  ଓ ତାଙ୍କ ସହଯୋଗୀ ମାମଲା ପରିଚାଳନା କରୁଥିଲେ।

 

 

 

 

ସମ୍ବନ୍ଧିତ ଖବର