ଚା’ ଦେବା ସମୟରେ ଯୁବତୀଙ୍କୁ ବଳପୂର୍ବକ ଦୁଷ୍କର୍ମ କରିଥିଲେ, କୋର୍ଟରେ ଅଭିଯୁକ୍ତଙ୍କ ଅନ୍ତରୀଣ ଜାମିନ ଅଗ୍ରାହ୍ୟ 

ଜୟପୁର: କୋରାପୁଟ ଜିଲ୍ଲା ଜୟପୁର ଟାଉନଥାନା ଅର୍ନ୍ତଗତ ଜୈନେକ ଯୁବତୀଙ୍କ ଦୁଷ୍କର୍ମ ମାମଲାରେ ଅଭିଯୁକ୍ତ ମହମ୍ମଦ ଫାରୁକ ହାଇକୋର୍ଟରେ ଅନ୍ତରୀଣ ଜାମିନ ଆବେଦନ କରିଥିଲେ। ହାଇକୋର୍ଟ ଜଷ୍ଟିସ୍ ଦେବବ୍ରତ ଦାଶ ତାଙ୍କ ଆବେଦନକୁ ଅଗ୍ରାହ୍ୟ କରିଦେଇଛନ୍ତି।

ସୂଚନା ମୁତାବକ, ଗତ ୨୦୧୮ମସିହାରେ ପାରାବେଡ଼ା ଶ୍ରୀରାମନଗର ଅଂଚଳର ଜୈନେକ ଯୁବତୀଙ୍କ ସହ ମାଲକାନଗିରି ଜିଲ୍ଲା କାଳିମେଳାର ମହମ୍ମଦ ଫାରୁକ ନାମକ ଯୁବକ ବନ୍ଧୁତା ସ୍ଥାପନ କରିଥିଲେ।  ୨୦୧୮ ମସିହା ଡିସେମ୍ବର ୨୬ତାରିଖ ଦିନ ମହମ୍ମଦ ଫାରୁକଙ୍କ ଅନୁରୋଧ କ୍ରମେ ଉକ୍ତ ଯୁବତୀ ଓ ତାଙ୍କ କିଛି ସାଙ୍ଗ ଯୁବତୀମାନେ ଆରକୁ ବୁଲିବାକୁ ଯାଇଥିଲେ। ସେଠାରେ ଏକ ହୋଟେଲରେ ପ୍ରଥମେ ଫାରୁକ ଯୁବତୀଙ୍କୁ ଭଲ ପାଉଥିବା ଏବଂ ବିବାହ କରିବାକୁ କହିଥିଲେ। ଯୁବତୀ ଜଣକ ଏବଂ ଯୁବକଙ୍କର ଅଲଗା ଅଲଗା ସଂପ୍ରଦାୟ ହୋଇଥିବାରୁ ଯୁବତୀ ଜଣକ ତାହା ସମ୍ଭବ ପର ନୁହେଁ ବୋଲି ଫାରୁକଙ୍କୁ କହିଥିଲେ।

ତେବେ ଫାରୁକ ବାହା ନ ହେଲେ ଆତ୍ମହତ୍ୟା କରିବେ ଏବଂ ଏଥି ପାଇଁ ଉକ୍ତ ଯୁବତୀଙ୍କୁ ଦାୟୀ କରି ଚିଠି ଲେଖି ରଖିବେ ବୋଲି ଧମକ ଦେଇଥିଲେ। ୨୦୧୯ମସିହା ପେବ୍ରୁଆରି ମାସରେ ଅଚାନକ ଭାବେ ଫାରୁକ ଯୁବତୀଙ୍କ ଘରକୁ ବୁଲିବାକୁ ଆସିଥିଲେ। ଯୁବତୀ ଜଣକ ଫାରୁକଙ୍କ ପାଇଁ ଚା’ ପ୍ରସ୍ତୁତ କରୁଥିଲେ।  ଏହି ସମୟରେ ଫାରୁକ ଅଚାନକ ଭାବେ ଯୁବତୀଙ୍କୁ ପଛ ପଟରୁ ଜୋର ଜବରଦସ୍ତ ବେଡ଼୍ ରୁମକୁ ଉଠାଇ ନେଇ ଯୁବତୀଙ୍କ ଇଛା ବିରୋଧରେ ଦୁଷ୍କର୍ମ କରିଥିଲେ। ପରବର୍ତ୍ତୀ ସମୟରେ ଯୁବତୀଙ୍କୁ ବିଭିନ୍ନ ସ୍ଥାନ ଓ ହୋଟେଲକୁ ଡାକି ବିବାହର ମିଥ୍ୟା ପ୍ରତିଶ୍ରୃତି ଦେଇ ଡରାଇ ଧମକାଇ ତାଙ୍କ ଇଛା ବିରୋଧରେ ଦୁଷ୍କର୍ମ କରି ଥିବା ଯୁବତୀ ଜଣକ ଜୟପୁର ମହିଳା ଥାନାରେ ଅଭିଯୋଗ କରିଥିଲେ।

୨୦୨୧ମସିହା ଜୁଲାଇ ୧୪ ତାରିଖ ଦିନ ମହିଳା ଥାନାରେ ଏ ନେଇ ଯୁବତୀ ଜଣକ ଅଭିଯୋଗ କରି ଏତଲା ଦେଇଥିଲେ। ଯୁବତୀଙ୍କ ଏତଲାକୁ ଭିତ୍ତି କରି ମହିଳା ଥାନା ପୁଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ମହମ୍ମଦ ଫାରୁକଙ୍କ ବିରୋଧରେ ଦଫା ୩୭୬(୨)(ଏନ), ୨୯୪ ଆଇପିସି ଧାରାରେ ମାମଲା ରୁଜୁ କରିଛନ୍ତି। ସଂପ୍ରତି ଏହି ମାମଲା ଜୟପୁର ଏସଡିଜେଏମ୍ କୋର୍ଟରେ ବିଚାର ଚାଳିଛି। ଅଭିଯୁକ୍ତ ମହମ୍ମଦ ଫାରୁକ ୨୦୨୧ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ ଦାଖଲ କରିଥିଲେ। ହାଇକୋର୍ଟ ଅନ୍ତରୀଣ ଜାମିନ୍ ଆବେଦନକୁ ଆଗ୍ରହ୍ୟ କରି ଦେଇଛି। ସରକାରଙ୍କ ପକ୍ଷରୁ ଆଡିସନାଲ୍ ଷ୍ଟାଣ୍ଡିଙ୍ଗ କାଉନସିଲ ସମରେଶ ଜେନା ମାମଲା ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର