ଯାଜପୁରରୋଡ: ରାସ୍ତାକଡ଼ର ପାନଦୋକାନରୁ ଜଣେ ଯୁବତୀଙ୍କୁ ଅପହରଣ ଓ ପରେ ନିର୍ଜନସ୍ଥାନରେ ଦୁଷ୍କର୍ମ କରିଥିବା ଅଭିଯୁକ୍ତକୁ ଯାଜପୁରରୋଡ କୋର୍ଟ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଅତିରିକ୍ତ ଜିଲ୍ଲା ଦୌରାଜଜ ମାନସ କୁମାର ପଣ୍ଡା ୧୦ ଜଣଙ୍କ ସାକ୍ଷୀଙ୍କ ବୟାନକୁ ଭିତିକରି ଅଭିଯୁକ୍ତ ସବ୍ୟସାଚୀ ବେହେରାକୁ ୨୦ ବର୍ଷ ଜେଲଦଣ୍ଡ ଶୁଣାଇଛନ୍ତି। ଏଥି ସହିତ ପୀଡିତାଙ୍କୁ ୫୦ ହଜାର ଟଙ୍କା ଦେବାକୁ ଆଦେଶ ଦେଇଛନ୍ତି।
ବିବରଣୀରୁ ଜଣାଯାଏ ଯେ, ୨୦୧୯ ମସିହା ଏପ୍ରିଲ ୨୧ ତାରିଖ ଦିନ ସୁକିନ୍ଦାରୁ ପାଟପୁରକୁ ଯାଇଥିବା ରାସ୍ତାକଡ଼ର ଏକ ପାନଦୋକାନରେ ଜଣେ ଯୁବତୀ ବସିଥିଲେ। ଏହି ସମୟରେ ଅଭିଯୁକ୍ତ ସବ୍ୟସାଚୀ ବେହେରା ଏକ ବୋଲେରୋରେ ପାନଦୋକାନରେ ପହଞ୍ଚିଥିଲା। ଯୁବତୀଙ୍କୁ ସେ ଗୁଟଖା ‘ସଫଲ’ ମାଗିବା ବାହାନା କରି ସେଠାରୁ ଅପହରଣ କରିଥିଲା। ଧବଳଗିରିଠାରେ ଥିବା ଏକ ଆଇଟିଆଇ କଲେଜ ଭିତରେ ଅନ୍ୟ ଜଣଙ୍କ ସହିତ ମିଶି ବଳପୂର୍ବକ ଦୁଷ୍କର୍ମ କରିଥିଲା। ଏଥି ସହିତ ଘଟଣା ସଂପର୍କରେ ଅନ୍ୟତ୍ର ପ୍ରକାଶ କଲେ ହତ୍ୟା ଧମକ ଦେଇଥିଲା। ଆଜି କୋର୍ଟ ସାକ୍ଷୀମାନଙ୍କର ବୟାନକୁ ଭିତ୍ତିକରି ମାମଲାର ରାୟ ଶୁଣାଇଛନ୍ତି। ମାମଲାର ପରିଚାଳନା କରିଥିଲେ ସ୍ୱତନ୍ତ୍ର ସିପି ରଜତ ରାଉତ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/3d4212ea-ed6a-41fa-ab03-704adf00ebe0.jpg)