ନାବାଳିକା ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ୍ ଦଣ୍ଡ

୨୦୧୮ରେ ଘଟିଥିବା ଘଟଣାରେ ପୋକ୍ସୋ କୋର୍ଟ ଶୁଣାଇଲେ ରାୟ

ବାରିପଦା: ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ଘଟଣାରେ ଆସାମୀକୁ ୭ ବର୍ଷର ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି ବାରିପଦା ପୋକ୍ସୋ କୋର୍ଟର ସ୍ବତନ୍ତ୍ର ବିଚାରପତି ମହେନ୍ଦ୍ର କୁମାର ସୂତ୍ରଧର। ଶୁଳିଆପଦା ଥାନା ଅଞ୍ଚଳରେ ୨୫ ମାର୍ଚ୍ଚ, ୨୦୧୮ରେ ଘଟିଥିବା ଏହି ମାମଲାରେ ଅଭିଯୁକ୍ତ ସୁଧାଂଶୁ ଭଞ୍ଜବାବୁ(୨୪) ଓରଫ୍ କାଳିଆକୁ କୋର୍ଟ ୨୨ଜଣ ସାକ୍ଷୀଙ୍କ ବୟାନ ଏବଂ ଅନ୍ୟାନ୍ୟ ସାକ୍ଷ୍ୟ ପ୍ରମାଣକୁ ଭିତ୍ତିକରି ପୋକ୍ସୋ ଆକ୍ଟରେ ୬ ବର୍ଷ କାରାଦଣ୍ଡ ଓ ୫ହଜାର ଜରିମାନା ଏବଂ ଏସ୍ସି/ଏସ୍ଟି ଆକ୍ଟ୍ରେ ଏକ ବର୍ଷ ଓ ହଜାରେ ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ଅତିରିକ୍ତ ୬ ମାସ ଜେଲଦଣ୍ଡ ଶୁଣାଇଛନ୍ତି ବିଚାରପତି।

ସୂଚନାଯୋଗ୍ୟଯେ ପିଡ଼ୀତା ନାବାଳିକା ଜଣଙ୍କ ଘଟଣା ଦିନ ପ୍ରାୟ ୩ଟା ସମୟରେ ପଡ଼ୋଶୀଙ୍କୁ ଘରକୁ ବୁଲିବାକୁ ଯାଇଥିଲେ। ଉକ୍ତ ରାତିରେ ପିଡ଼ୀତା ନାବାଳିକା ଜଣଙ୍କ ଶୌଚ ହେବାକୁ ଯାଇଥିବାବେଳେ ଅଭିଯୁକ୍ତ ଜଣଙ୍କ ତାଙ୍କ ସହିତ ଦୁଷ୍କର୍ମ କରିଥିବା ଗାଁ ଲୋକ ଦେଖିଥିଲେ। ପିଡ଼ୀତା ଜଣଙ୍କ ମଧ୍ୟ ଏକଥା ପ୍ରକାଶ କରିଥିଲେ। ଏହି ଘଟଣାରେ ଆହତ ପିଡ଼ୀତାଙ୍କୁ ଚିକିତ୍ସା ପାଇଁ ହସ୍ପିଟାଲ ମଧ୍ୟ ନିଆଯାଇଥିଲା। ଏନେଇ ପିଡ଼ୀତାଙ୍କ ପରିବାର ପକ୍ଷରୁ ୨୭ ତାରିଖରେ ଥାନାରେ ଅଭିଯୋଗ କରାଯାଇଥିଲା। ସ୍ବତନ୍ତ୍ର ସରକାରୀ ଓକିଲ ଅଭିନ୍ନ କୁମାର ପଟ୍ଟନାୟକ ସରକାରଙ୍କ ପକ୍ଷରୁ ଏହି ମାମଲା ପରିଚାଳନା କରୁଥିଲେ।

 

ସମ୍ବନ୍ଧିତ ଖବର