ନୟାଗଡ଼: ଏକ ଦୁଷ୍କର୍ମ ମାମଲାର ଚୂଡାନ୍ତ ରାୟ ଆଜି ନୟାଗଡ଼ ଜିଲ୍ଲା ଫାଷ୍ଟ ଟ୍ରାକ୍ ପକ୍ସୋ କୋର୍ଟ ଶୁଣାଇଛନ୍ତି। ଏଥିରେ ଦୋଷୀ ସାବ୍ୟସ୍ତ ଯୁବକ ତଥା ଦୁଷ୍କର୍ମକାରୀ ରଞ୍ଜନ କାୟକକୁ ୧୦ ବର୍ଷ ସଶ୍ରମ ଜେଲ୍ ଦଣ୍ଡ ସମେତ ୨୦ ହଜାର ଟଙ୍କା ଜରିମାନା ଦଣ୍ଡ ପ୍ରଦାନ କରାଯାଇଛି। ମାମଲାରୁ ପ୍ରକାଶ ଯେ, ଗତ ୨୦୨୦ ଫେବୃଆରି ମାସରେ ଓଡ଼ଗାଁ ଥାନାରେ ଜୈନିକ ଯୁବତୀ ଦୁଷ୍କର୍ମ ନେଇ ଅଭିଯୋଗ କରିଥିଲେ। ଉକ୍ତ ଥାନା ଅଧୀନ ଗୁଆଳ ଗ୍ରାମର ରଞ୍ଜନ ନାୟକ ସଂପୃକ୍ତ ଯୁବତୀଙ୍କ ସହିତ ୫ ବର୍ଷ ଧରି ପ୍ରେମ ସମ୍ପର୍କରେ ରହିଥିଲେ, ବିବାହର ପ୍ରତିଶ୍ରୁତି ଦେଇ ଦୈହିକ ସମ୍ପର୍କ ମଧ୍ୟ ରଖିଥିଲେ। ଏଭଳି ସ୍ଥିତିରେ ଯୁବତୀଜଣଙ୍କ ବିବାହ କଥା କହିବାରୁ ତାଙ୍କୁ ଏକ ଆମ୍ବାତୋଟାରେ ଦୁଷ୍କର୍ମ କରିବା ସହିତ ମାଡ଼ ମାରିବା, ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଏହି ମାମଲା କିଛି ଦିନ ମହିଳା କୋର୍ଟରେ ଚାଲିବା ପରେ ଘଟଣାର ଗୁରୁତ୍ବ ଦୃଷ୍ଟିରୁ ପରବର୍ତ୍ତୀ ଅବସ୍ଥାରେ ଫାଷ୍ଟ ଟ୍ରାକ୍ ପକ୍ସୋ କୋର୍ଟକୁ ସ୍ଥାନାନ୍ତରିତ ହୋଇଥିଲା। ସାକ୍ଷୀମାନଙ୍କ ବୟାନ, ଡାକ୍ତରୀମାଇନା ରିପୋର୍ଟ, ତଦନ୍ତକାରୀ ଅଧିକାରୀଙ୍କ ବୟାନକୁ ଭିତ୍ତି କରି ଜଜ୍ ବିରଞ୍ଚି କୁମାର ରଥ ଏହି ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହିତ ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କାର କ୍ଷତିପୂରଣ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଯୁବକଙ୍କୁ ୧୦ ବର୍ଷ ଜେଲ୍ ଦଣ୍ଡ, ପ୍ରଥମେ ପ୍ରେମ, ବିବାହ କଥା କହିବାରୁ ଦୁଷ୍କର୍ମ କରିଥିଲେ
ପୀଡ଼ିତାଙ୍କୁ ୩ ଲକ୍ଷ ଟଙ୍କା କ୍ଷତିପୂରଣ ନିର୍ଦ୍ଦେଶ
/sambad/media/post_attachments/wp-content/uploads/2018/10/court-generic_625x300_1527245477936.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)