କୁଚିଣ୍ଡା: ଜଣେ ଯୁବତୀଙ୍କୁ ବ୍ଲାକ୍‌ମେଲ୍‌ କରି ବାରମ୍ବାର ଦୁଷ୍କର୍ମ କରିଥିବା ଅଭି‌ଯୋଗରେ ପୁଲିସ ନିକ୍ତିମାଲର ସମୀର କାଲୋଙ୍କୁ ସମ୍ବଲପୁର ଜଲ୍ଲା କୁଚିଣ୍ଡା ଥାନା ପୁଲିସ ବୁଧବାର ଗିରଫ କରି କୋର୍ଟ ଚାଲାଣ କରିଛି। ଗତ ୨୦୨୨ ମସିହା ଜାନୁଆରି ମାସରୁ ଜଣେ ଯୁବତୀଙ୍କୁ ବିଭିନ୍ନ ସମୟରେ ଧମକ ଚମକ ସହ ହତ୍ୟା ଧମକ ଦେବା ଓ ବ୍ଲାକ୍‌ମେଲ୍‌ କରି ଏକାଧିକ ଥର ଦୁଷ୍କର୍ମ କରିଥିବା କୁଚିଣ୍ଡା ଥାନାରେ ଅଭିଯୋଗ ହୋଇଥିଲା।

Advertisment

ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ ଆଜି ଗିରଫ କରି କୋର୍ଟ ଚାଲାଣ କରିଛି। ଜାମିନ ଆବେଦନ ନାମଞ୍ଜୁର ହେବାରୁ ତାକୁ ଜେଲ ହାଜତକୁ ପଠାଇ ଦେଇଛି।