ଖଡ଼ିଆଳ : ନୂଆପଡ଼ା ଜିଲ୍ଲା ଖଡ଼ିଆଳ ପୁଲିସ୍ ଜଣେ ଦୁଷ୍କର୍ମ ଅଭିଯୁକ୍ତକୁ ୪ବର୍ଷ ପରେ ଗିରଫ କରି କୋର୍ଟ ଚାଲାଣ କରିଛି। ୨୦୧୫ ମସିହା ଡିସେମ୍ବର ମାସ ୬ ତାରିଖରେ କୋଟାମାଲ ଗ୍ରାମର ଚକ୍ରଧର ଦାଶ (୨୯ ବର୍ଷ) ସ୍ଥାନୀୟ ଜଣେ ବିବାହିତା ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା। ଏଥିପାଇଁ ଖଡ଼ିଆଳ ପୁଲିସ୍ ଅଭିଯୁକ୍ତକୁ ୯.୨.୨୦୧୬ ରେ ଗିରଫ କରି କୋର୍ଟ ଚାଲାଣ କରି ଜେଲ୍ ପଠାଇଥିଲା। ପରେ ଅଭିଯୁକ୍ତ ୧୮.୧୨.୨୦୧୭ରେ ଜାମିନ୍ରେ ଆସିଥିଲା। ସେହିଦିନ ଠାରୁ ଅଭିଯୁକ୍ତ ଅଦାଲତଙ୍କ କୌଣସି ଆଦେଶ ନମାନି ଲୁଚି ବୁଲୁଥିଲା। ଏହାପରେ ତା ବିରୋଧରେ ଜାମିନ୍ବିହୀନ ଗିରଫ ପରୱାନା ଜାରି କରାଯାଇଥିଲା। ଖଡ଼ିଆଳ ପୁଲିସ୍ ଅଭିଯୁକ୍ତକୁ ଖୋଜିବା ପାଇଁ ଯୋଜନା କରି ବୁଧବାର ସଫଳତା ପାଇଥିଲା। ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଅଂଚଳରୁ ଗିରଫ କରି ଗୁରୁବାର କୋର୍ଟଚାଲାଣ କରାଯାଇଥିବା ଆଇଆଇସି କୈଳାସ ଚନ୍ଦ୍ର ସେଠୀ ସୂଚନା ଦେଇଛନ୍ତି।
୪ ବର୍ଷ ଧରି ଫେରାର ଥିବା ଦୁଷ୍କର୍ମ ଅଭିଯୁକ୍ତ ଗିରଫ
/sambad/media/post_attachments/wp-content/uploads/2020/12/One-arrest-made-in-pregnant-elephant-murder-main.jpg)
Advertisment

Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)