ଭାଇଙ୍କ ଅନୁପସ୍ଥିତିର ସୁଯୋଗ ନେଇ ରାଉରକେଲାରେ ଭାଉଜଙ୍କୁ ଦୁଷ୍କର୍ମ, ଫେରାର ଅଭିଯୁକ୍ତ ତରଭାରୁ ଗିରଫ

ରାଉରକେଲା: ଭାଉଜକୁ ଦୁଷ୍କର୍ମ କରିବା ଅଭିଯୋଗରେ ଫେରାର ଅଭିଯୁକ୍ତକୁ ସେକ୍ଟର-୩ ପୁଲିସ ଗିରଫ କରିଛି। ଗିରଫ ଅଭିଯୁକ୍ତ ହେଉଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବଡ଼ମାଲ ଅଞ୍ଚଳର ଜଗନ୍ନାଥ ଭବସାଗର (୨୮)। ଡାକ୍ତରୀ ମାଇନାପରେ ଅଭିଯୁକ୍ତକୁ କୋର୍ଟଚାଲାଣ କରାଯାଇଛି। ପୁଲିସ ସୂଚନା ଅନୁସାରେ, ସେକ୍ଟର-୩ ଥାନା ଅନ୍ତର୍ଗତ ଶକ୍ତିନଗର ଅଞ୍ଚଳରେ ଅଭିଯୁକ୍ତ ଜଗନ୍ନାଥଭବଙ୍କ ଭାଇ ଓ ଭାଉଜ ସପରିବାର ବାସ କରନ୍ତି। ଗତ ମେ’ ୧୬ ତାରିଖର ଘଟଣା।

ଅଭିଯୁକ୍ତର ଭାଇ କାର୍ଯ୍ୟକ୍ଷେତ୍ରକୁ ଯାଇଥିବାବେଳେ ଭାଉଜ ଘରେ ଏକୁଟିଆ ଥିଲେ। ଏହାର ସୁଯୋଗ ନେଇ ଭାଉଜଙ୍କୁ ଦୁଷ୍କର୍ମ କରିଥିଲା ଅଭିଯୁକ୍ତ। ଘଟଣା ପ୍ରଘଟ ନ କରିବାକୁ ଧମକଚମକ ଦେବା ସହ ଫେରାର ହୋଇଯାଇଥିଲା। ଏନେଇ ଥାନାରେ ଏତଲା ହେଲାପରେ ପୁଲିସ ତଦନ୍ତ ଆରମ୍ଭ କରିଥିଲା। ଖୋଜାଖୋଜି କରିବାପରେ ମଧ୍ୟ ଅଭିଯୁକ୍ତର କୌଣସି ସୂଚନା ମିଳିପାରିନଥିଲା। ପୁଲିସ ତଦନ୍ତ ଜାରି ରଖିଥିବାବେଳେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଅନ୍ତର୍ଗତ ତରଭା ଥାନା ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର