ଫୁଲବାଣୀ : କନ୍ଧମାଳ ଜିଲ୍ଲା ରାଇକିଆ ଥାନା ଅଞ୍ଚଳରେ ୨୦୧୬ରେ ଜଣେ ୭ ବର୍ଷ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ଆଜି ପ୍ରକାଶ ପାଇଛି। ସାକ୍ଷ୍ୟ ପ୍ରମାଣ ଆଧାରରେ ଫୁଲବାଣୀ ଅତିରିକ୍ତ ଜଜ୍‌ ତଥା ସ୍ବତନ୍ତ୍ର ଜଜ୍‌ ଅଭିଯୁକ୍ତ ମହେନ୍ଦ୍ର ଦିଗାଲକୁ ଦୋଷୀ ସାବ୍ୟସ୍ତ କରି ୧୦ ବର୍ଷ ଜେଲ୍‌ ଦଣ୍ଡାଦେଶ ଶୁଣାଇଛନ୍ତି। ଏଥିସହ ୧୫ ହଜାର ଟଙ୍କା ଜରିମାନା ଏବଂ ଏହା ଅନାଦେୟ ହେଲେ ଅଭିଯୁକ୍ତ ମହେନ୍ଦ୍ରକୁ ଆଉ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବାକୁ ରାୟରେ କୁହାଯାଇଛି।

Advertisment

୨୦୧୬ ନଭେମ୍ବର ୧୬ରେ ଏହି ଅମାନବୀୟ ଘଟଣା ଘଟିଥିଲା। ପଡ଼ୋଶୀ ଘରକୁ ୭ ବର୍ଷର ବାଳିକା ଟିଭି ଦେଖିବାକୁ ଯାଇଥିଲା। ଗେଲ କରିବା ସହ ଚକଲେଟ ଦେବାକୁ କହି ସେହି ଗ୍ରାମର ମହେନ୍ଦ୍ର ତାକୁ ଦୁଷ୍କର୍ମ କରିଥିଲା। ପରିବାର ଲୋକ ଏ ନେଇ ତା’ ପରଦିନ ରାଇକିଆ ଥାନାରେ ଅଭିଯୋଗ କରିଥିଲେ। କେସ ନଂ ୧୧୧/୨୦୧୬ରେ ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ମହେନ୍ଦ୍ରକୁ ଗିରଫ କରି କୋର୍ଟଚାଲାଣ କରିଥିଲା।