କେନ୍ଦୁଝର : ବିବାହ ପ୍ରଲୋଭନ ଦେଖାଇ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରି ୭ ମାସର ଅନ୍ତଃସତ୍ତ୍ବା କରିଥିବା ଦୁର୍ଷ୍କମକାରୀକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ହୋଇଛି।
ପ୍ରାପ୍ତ ସୂଚନା ଅନୁଯାୟୀ, କେନ୍ଦୁଝର ସଦର ଥାନା ମଇଦାନକେଲ ପଞ୍ଚାୟତ ତାଳପଦା ଗ୍ରାମର ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ସେହି ଗ୍ରାମର ଶ୍ରବଣ କୁମାର ନାଏକ (୨୫) ବିବାହ ପ୍ରଲୋଭନ ଦେଖାଇ ପ୍ରେମ ସଂପର୍କ ରଖିଥିଲେ। ପରେ ତାଙ୍କ ସହିତ ବାରମ୍ବାର ଶାରୀରିକ ସଂପର୍କ ରଖିଥିଲେ। ଯୁବତୀ ଜଣଙ୍କ ବିବାହ କରିବା ପାଇଁ ଶ୍ରବଣଙ୍କୁ ବାରମ୍ବାର କହିଥିଲେ। ହେଲେ ଶ୍ରବଣ ଆଜିକାଲି କହି ଦିନ ଗଡ଼ାଇ ଚାଲିଥିଲେ। ଯୁବତୀ ଜଣଙ୍କ ୭ ମାସର ଅନ୍ତଃସତ୍ତ୍ବା ହେବାରୁ ଶ୍ରବଣ ବାହା ହେବାକୁ ମନା କରିଦେଇଥିଲେ। ଏନେଇ ରେଖା ଶ୍ରବଣଙ୍କ ଘରକୁ ଯାଇ ଘଟଣା ସଂପର୍କରେ ଜଣାଇବାରୁ ତାଙ୍କ ମା’ ଶକୁନ୍ତଳା ନାଏକ, ବଡ଼ଭାଇ ତ୍ରିଲୋଚନ ନାଏକ ଓ ଭାଉଜ ରଜନୀ ନାଏକ ତାଙ୍କୁ ଗାଳିଗୁଲଜ କରି ମାରିଦେବାକୁ ଧମକ ଦେଇଥିଲେ।
ଯୁବତୀ ଜଣଙ୍କ ୨୦୧୩ ନଭେମ୍ବର ୧୪ ତାରିଖରେ କେନ୍ଦୁଝର ସଦର ଥାନାର ଦ୍ବାରସ୍ଥ ହୋଇଥିଲେ। ଯୁବତୀଙ୍କ ଅଭିଯୋଗକୁ ଭିତ୍ତି କରି ସଦର ଥାନା ପୁଲିସ କେସ୍ ନମ୍ବର ୨୩୮/ ୨୦୧୩ରେ ଏକ ମାମଲା ରୁଜୁ କରି ପୁଲିସ ଶ୍ରବଣ ଏବଂ ତାଙ୍କ ପରିବାର ଲୋକଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିଲା। ଏହି ମାମଲାରେ କେନ୍ଦୁଝର ସ୍ପେଶାଲ ଟ୍ରାକ୍ କୋର୍ଟର ବିଚାରପତି ଡ. ମମତା ମହାନ୍ତି ୧୪ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି ଆଜି ଶ୍ରବଣକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦାୟ ୩ ମାସ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ପଡ଼ିବ। ଅନ୍ୟପକ୍ଷରେ ଶକୁନ୍ତଳା, ତ୍ରିଲୋଚନ ଓ ରଜନୀ ପ୍ରମାଣ ଅଭାବରୁ ନିର୍ଦୋଷରେ ଖଲାସ ହୋଇଥିଲେ। ପିପି ବିନିତା ଦାଶ ମାମଲା ପରିଚଳନା କରୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/10/jail.jpg)