କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଅତିରିକ୍ତ ଜିଲ୍ଲା ଦୌରାଜଜ ସୋମବାର ଏକ ଦୁଷ୍କର୍ମ ମାମଲାର ବିଚାର କରି ଅଭିଯୁକ୍ତ ଅଣ୍ଡାଲଦୋର ଗାଁର ରମାକାନ୍ତ ଭୋଇକୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ଏହା ସହିତ ଦୁଷ୍କର୍ମକାରୀ ରମାକାନ୍ତକୁ ୧୦ ଜେଲ୍ ଦଣ୍ଡ ସହ ୫୦ ହଜାର ଟଙ୍କା ଅର୍ଥ ଦଣ୍ଡରେ ଦଣ୍ଡିତ କରିଛନ୍ତି। ଜରିମାନା ଅର୍ଥ ଅନାଦେୟ ହେଲେ ଆଉ ଦୁଇବର୍ଷ ଜେଲ୍ ଦଣ୍ଡ ଭୋଗିବାକୁ ଅଦାଲତ ନିର୍ଦେଶ ଦେଇଛନ୍ତି।
ସୂଚନା ଅନୁସାରେ ମୁରିବାହାଲ ଥାନା ଅଣ୍ଡାଲଦୋର ଗାଁର ରମାକାନ୍ତ ୨୦୧୯ ମସିହାରେ ତୁରେକେଲା ବ୍ଲକ୍ ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରିଥିଲା। ଅଭିଯୋଗ ପରେ ସେ ବିଚାର ବିଭାଗୀୟ ଜେଲ୍ ହାଜତରେ ଥିଲା।