ଦୁର୍ଷ୍କମକାରୀକୁ ୧୦ ବର୍ଷ କାରାଦଣ୍ଡ

କେନ୍ଦୁଝର : ଜଣେ ଦୁର୍ଷ୍କମକାରୀକୁ ଶୁକ୍ରବାର ଦିନ କେନ୍ଦୁଝର ସ୍ୱତନ୍ତ୍ର ବିଚାରପତି ଫାଷ୍ଟଟ୍ରାକ କୋର୍ଟ ଡ. ମମତା ମହାନ୍ତି ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୮ ହଜାର ଟଙ୍କା ଜରିମାନା ଆଦେଶ କରିଛନ୍ତି।

ସୂଚନା ଅନୁଯାୟୀ, କେନ୍ଦୁଝର ଦୈତାରୀ ଥାନା ଲ ହଟିଂରେ ଜଣେ ୫୫ ବର୍ଷୀୟା ବିଧବା ମହିଳା ରହୁଥିଲେ । ୨୦୧୯ ନଭେମ୍ବର ମାସ ୧୫ ତାରିଖ ମଧ୍ୟରାତ୍ରୀରେ ତାଙ୍କ ଘରେ କେହି ନଥିବାର ସୁଯୋଗ ନେଇ ସେହି ହଟିଂର ଚଗଲା ଓରଫ କିଷାନ ପିଙ୍ଗୁଆ (୨୨) ତାଙ୍କ ଘରେ ପସି ତାଙ୍କୁ ‌ଜବରଦସ୍ତ ଦୁର୍ଷ୍କମ କରିଥିଲା । ଦୁର୍ଷ୍କମ କରିବା ପରେ ଏ ଘଟଣା ସଂପର୍କରେ କାହାରିକୁ କହିଲେ ଜୀବନରେ ମାରି ଦେବାକୁ ଧମକ ଦେଇଥିଲା । ରାତି ପାହିବା ପରେ ସଂପୃକ୍ତ ମହିଳା ଦୈତାରୀ ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ କେସ ୭୦/ ୨୦୧୯ ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଚଗଲାକୁ ପୁଲିସ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ଏହି କେସରେ ବିଚାରପତି ୧୩ ଜଣ ସାକ୍ଷୀଙ୍କ ବୟାନ ଶୁଣିବା ପରେ ଶୁକ୍ରବାର ଦିନ ଚଗଲାକୁ ୧୦ ବର୍ଷ ସଶ୍ରମ କାରାଦଣ୍ଡ ସହିତ ୮ ହଜାର ଟଙ୍କା ଜରିମାନା ଆଦେଶ ଦେଇଥିଲେ । ଜରିମାନା ଅନାଦେୟ ହେଲେ ଅଧିକ ୯ ମାସ ଜେଲ ଦଣ୍ଡ ଭୋଗିବାକୁ ପଡିବ । ଏଥିସହିତ ପୀଡିତାଙ୍କୁ ସହାୟତା ଯୋଗାଇବା ପାଇଁ ଡିଏଲଏସକୁ ମଧ୍ୟ ଜଣାଯାଇଛି । ଏହି କେସକୁ ସରକାରଙ୍କ ପକ୍ଷରୁ ଆସିଷ୍ଟାଣ୍ଟ ପିପି ବିନିତା ଦାଶ କରିଚାଳନା କରୁଥିଲେ ।

ସମ୍ବନ୍ଧିତ ଖବର