ଦୁଷ୍କର୍ମକାରୀକୁ ୨୦ ବର୍ଷ ଜେଲ୍‌

କେନ୍ଦୁଝର : ଶିଶୁକନ୍ୟାକୁ ଦୁଷ୍କର୍ମ ଅଭିଯୋଗରେ ଆଜି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଅଭିଯୁକ୍ତକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି। ଅଭିଯୁକ୍ତ ଜଣକ କେନ୍ଦୁଝର ଜିଲ୍ଲା ରୁଗୁଡ଼ି ଥାନା ନଦୀଡ଼ିହି ଗ୍ରାମର ଗଣେଶ ମୁଣ୍ଡା (୧୮)। ମାତ୍ର ୯୦ ଦିନରେ ଏହି ମାମଲାର ଫଇସଲା କରାଯାଇଛି।

ଗଣେଶ ଗତ ଜାନୁଆରି ୯ ତାରିଖ ସଂଧ୍ୟାରେ ଜଣେ ୭ ବର୍ଷର ଶିଶୁକନ୍ୟାଙ୍କୁ ଘରେ ଛାଡ଼ିଦେବାକୁ କହି ଗାଁ ମୁଣ୍ଡ ନାଳପାଖକୁ ନେଇ ଦୁଷ୍କର୍ମ କରିଥିଲା।ରୁଗୁଡ଼ି ପୁଲିସ ଅଭିଯୁକ୍ତ ଗଣେଶକୁ ଗିରଫ କରି କୋର୍ଟଚାଲାଣ କରିଥିଲା। ୧୬ ଜଣ ସାକ୍ଷୀଙ୍କ ବୟାନକୁ ଭିତ୍ତି କରି କେନ୍ଦୁଝର ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଜ୍ୟୋତିର୍ମୟୀ ଆଚାର୍ଯ୍ୟ ଅଭିଯୁକ୍ତ ଗଣେଶକୁ ୨୦ ବର୍ଷ ସଶ୍ରମ କରାଦଣ୍ଡରେ ଦଣ୍ଡିତ କରିବା ସହ ୫ ହଜାର ଟଙ୍କା ଜରିମାନା ଆଦେଶ ଦେଇଛନ୍ତି। ଜରିମାନା ଅନାଦେୟ ହେଲେ ଆଉ ବର୍ଷେ ଜେଲ୍‌ ଦଣ୍ଡ ଭୋଗିବାକୁ ପଡ଼ିବ ବୋଲି କୋର୍ଟ ରାୟ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର