ଦୁଷ୍କର୍ମକାରୀକୁ ୭ ବର୍ଷ ଜେଲ୍‌

ଫୁଲବାଣୀ : ସୋମବାର ଫୁଲବାଣୀ ପୋକ୍‌ସୋ କୋର୍ଟ ଏକ ନାବାଳିକା ଦୁଷ୍କର୍ମ ମାମଲାର ବିଚାର କରି ଦୁଷ୍କର୍ମକାରୀ ତ୍ରିନାଥ ଜୁଣ୍ଡିକୁ ୭ ବର୍ଷ ସଶ୍ରମ କାରାଦଣ୍ଡ ସହ ୧୦ ହଜାର ଟଙ୍କା ଜରିମାନା କରିଛନ୍ତି। ଜରିମାନା ଅନାଦେୟ ଅଧିକ ୫ ମାସ ଜେଲ ଦଣ୍ଡ ଭୋଗିବାକୁ କୋର୍ଟ ନିଜ ରାୟରେ ଉଲ୍ଲେଖ କରିଛନ୍ତି।

ଘଟଣାରୁ ପ୍ରକାଶ, ୨୦୧୭ ମସିହା ଜାନୁଆରି ୧୯ରେ ଟିକାବାଲି ଥାନା ଅନ୍ତର୍ଗତ ଗୁଟିଙ୍ଗିଆ ଗ୍ରାମର ତ୍ରିନାଥ ଜୁଣ୍ଡି ନାମକ ଜଣେ ଯୁବକ ସେହି ଅଞ୍ଚଳର ଜଣେ ନାବାଳିକାକୁ ଦୁଷ୍କର୍ମ କରିଥିଲେ। ଘରେ କେହି ନଥିବାବେଳେ ତ୍ରିନାଥ ସମ୍ପୃକ୍ତ ନାବାଳିକା ସହ ଦୁଷ୍କର୍ମ କରିଥିଲେ। ଏ ନେଇ ଟିକାବାଲି ଥାନ‌ାରେ ଏକ ମାମଲା ରୁଜୁ ହୋଇଥିଲା। ଆଜି ଫୁଲବାଣୀ ପୋକ୍‌ସୋ କୋର୍ଟ ଏହି ମାମଲାର ବିଚାର କରି ଦୋଷୀକୁ ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି।

ସମ୍ବନ୍ଧିତ ଖବର