ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର କୋଇଡ଼ା ଥାନା ଅନ୍ତର୍ଗତ ପାଟମୁଣ୍ଡା ଗ୍ରାମପଞ୍ଚାୟତ କ୍ରିଆକୁଦର ଗ୍ରାମରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରି ଛେଚା ଖାଇଛନ୍ତି ତିନି ଯୁବକl ଆଜି କୋଇଡ଼ା ପୁଲିସ ୩ଜଣ ଯୁବକକୁ ଗିରଫ କରିଥିବା ଜଣାଯାଇଛିl
ମିଳିଥିବା ସୂଚନା ମୁତାବକ ଗତ ଗୁରୁବାର ରାତିରେ ଜଣେ ୧୯ ବର୍ଷୀୟା ଯୁବତୀ ଘରେ ଏକୁଟିଆ ଥିବା ସମୟରେ ୩ ଜଣ ଯୁବକ ତାଙ୍କ ଘରକୁ ଆସିଥିଲେl ଦୁଇ ଜଣ ଘର ବାହାରେ ଜଗିଥିଲେ l ଅନ୍ୟ ଜଣେ ଘର ଭିତରକୁ ଯାଇ ଯୁବତୀଙ୍କୁ ବଳପୂର୍ବକ ଦୁଷ୍କର୍ମ ଉଦ୍ୟମ କରିବାରୁ ଯୁବତୀ ଜଣକ ପାଟି କରିଥିଲେ l ତାଙ୍କର ଚିତ୍କାର ଶୁଣି ଗାଁଲୋକ ପହଞ୍ଚି ଯୁବତୀଙ୍କୁ ଉଦ୍ଧାର କରିବା ସହିତ ୩ ଜଣ ଯୁବକଙ୍କୁ କାବୁ କରି ମାଡ଼ ମାରିଥିଲେ।
ଖବର ପାଇ କୋଇଡ଼ା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ୩ ଜଣ ଯୁବକଙ୍କୁ ଥାନାକୁ ଆଣିଥିଲା। ଗତ ଶୁକ୍ରବାର ଯୁବତୀଜଣକ ଥାନାରେ ଅଭିଯୋଗ କରିବା ପରେ ପୁଲିସ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି । ଯୁବତୀ ଓ ତିନି ଅଭିଯୁକ୍ତମାନଙ୍କର ଡାକ୍ତରୀମାଇନା କରିଛି l ପରେ ତିନି ଅଭିଯୁକ୍ତକୁ କୋଇଡ଼ା ପୁଲିସ କୋର୍ଟ ଚାଲାଣ କରିଥିବା ଜଣାଯାଇଛି l