ବିବାହ ପୂର୍ବରୁ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ

ପିପିଲି: ପୁରୀ ଜିଲ୍ଲା ପିପିଲି ଅଂଚଳରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବାର ଅଭିଯୋଗ ଆସିଛି | ଯୁବତୀଙ୍କ ବାପା ଏ ନେଇ ସତ୍ୟବାଦୀ ଥାନାରେ ଅଭିଯୋଗ କରିଛନ୍ତି | ମିଳିଥିବା ସୂଚନା ମୁତାବକ ସ୍ଥାନୀୟ ଗ୍ରାମର ଜଣେ ବିବାହିତ ଯୁବକ ଯୁବତୀଙ୍କ ସହ କିଛି କଥା ହେବା ବାହାନାରେ ଏକ ଘରକୁ ନେଇ ଦୁଷ୍କର୍ମ ଉଦ୍ୟମ କରିଥିଲା | ଯୁବତୀ ଜଣକ ଏହାର ପ୍ରତିବାଦ କରିବାରୁ ଯୁବକ ଜଣକ ତାଙ୍କ ହାତ ଗୋଡ ବାନ୍ଧି ଦେଇ ଘରେ ୩ ଘଣ୍ଟା ବନ୍ଧକ ରଖିଥିଲେ |

Photo Credits: Newsplate

ଏହାପରେ ଗ୍ରାମର କିଛି ଯୁବକ ଯୁବତୀଙ୍କ ଚିତ୍କାର ଶୁଣି ଥାନାକୁ ଖବର ଦେଇଥିଲେ | ଏହା ପରେ ପୁଲିସ ଓ ଗ୍ରାମବାସୀଙ୍କ ସହଯୋଗରେ ଯୁବତୀଙ୍କୁ ଉଦ୍ଧାର କରାଯାଇଥିଲା |

ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ କରାଯାଇଥିବାର ଅଭିଯୋଗ ତାଙ୍କ ବାପା ଥାନାରେ ଦେବା ପରେ ପୁଲିସ ଏବେ ଘଟଣାର ତଦନ୍ତ କରୁଛି | ତେବେ ଅଭିଯୁକ୍ତ ଜଣକ ଫେରାର ହୋଇଯାଇଛି | ଅଭିଯୁକ୍ତକୁ ଧରିବା ପାଇଁ ପୁଲିସ ଏବେ ଛାନଭିନ ଚଳାଇଛି | ଉଲ୍ଲେଖଯୋଗ୍ୟ ଥାଉ କି ଆସନ୍ତା ମାସରେ ଯୁବତୀଙ୍କ ବିବାହ ହେବାର ସ୍ଥିର ହୋଇଥିଲା |

ସମ୍ବନ୍ଧିତ ଖବର