କଳାହାଣ୍ଡି ଲଜ୍ଜା: କକା ଦ୍ୱାରା ଦୁଷ୍କର୍ମର ଶିକାର ହେଲା ନାବାଳିକା ଝିଆରୀ

କଳାହାଣ୍ଡି: କଳାହାଣ୍ଡି ଜିଲ୍ଳାରେ ଏକ ନିନ୍ଦନୀୟ ଘଟଣା ଘଟିଯାଇଛି। ଜିଲ୍ଲାର ବଚକା ଗ୍ରାମରେ ବୁଧବାର ତୃତୀୟ ଶ୍ରେଣୀରେ ପଢୁଥିବା ୮ ବର୍ଷର ନାବାଳିକା ନିଜ କକା ଦ୍ୱାରା ଦୁଷ୍କର୍ମର ଶିକାର ହୋଇଥିବା ଅଭିଯୋଗ ହୋଇଛି।

ଉଲ୍ଲେଖଯୋଗ୍ୟ, ଘରେ କେହି ନ ଥିବା ସମୟରେ ନାବାଳିକା ଝିଆରୀକୁ ଏକାକିନୀ ଥିବାର ସୁଯୋଗ ପାଇ ଅଭିଯୁକ୍ତ ସନ୍ୟାସୀ ବିଭାରା ନାବାଳିକାଟିକୁ ଏକ ଜଙ୍ଗଲୀ ଫଳ ଦେବାର ଅାଶା ଦେଇ ପ୍ରଥମେ ପ୍ରଲୋଭିତ କରାଇଥିଲା। ନାବାଳିକାଟି ଫଳ ଆଶାରେ ସନ୍ୟାସୀ ସହ ଜଙ୍ଗଲକୁ ଚାଲି ଯାଇଥିଲା। ଜିଲ୍ଲାର ବିଶ୍ୱନାଥପୁର ପୁଲିସ୍‌ ଷ୍ଟେସନ୍‌ ଅଧୀନରେ ଥିବା ବଚକା ଗ୍ରାମ ନିକଟସ୍ଥ ଜଙ୍ଗଲକୁ ଅଭଯୁକ୍ତ ସନ୍ୟାସୀ ନିଜ ଝଆରୀକୁ ନେଇ ତା’ ସହ ଦୁଷ୍କର୍ମ କରିଥିବା ଜାଣିବାକୁ ମିଳିଛି।

ନାବାଳିକା ଜଣକ ଦୁଷ୍କର୍ମର ଶିକାର ହେବା ପରେ ନିଜ ଘରକୁ ଫେରି ଘରେ ସବୁ କଥା କହିଥିଲା। ପରିବାର ଲୋକ ଘଟଣା ସଂପର୍କରେ ଅବଗତ ହେବା ପରେ ଅଭିଯୁକ୍ତଙ୍କ ସନ୍ୟାସୀଙ୍କ ନାମରେ ବିଶ୍ୱନାଥପୁର ପୁଲିସ୍‌ ଷ୍ଟେସନ୍‌ ଏକ ମାମଲା ରୁଜୁ କରିଛନ୍ତି। ପୁଲିସ୍‌ ଅଭିଯୁକ୍ତକୁ ଧରି ପଚରାଉଚରା କରୁଛି। ତଦନ୍ତ ଏବେ ବି ଜାରି ରହିଛି।

ସମ୍ବନ୍ଧିତ ଖବର