ନାବାଳିକାଙ୍କୁ ଅପହରଣ ପରେ ଦୁଷ୍କର୍ମ ଓ ହତ୍ୟା! କୁଡ଼ିଆରୁ ଝୁଲନ୍ତା ଶବ ଉଦ୍ଧାର, ଅଭିଯୁକ୍ତ ଅଟକ

ବ୍ରହ୍ମପୁର/କୁକୁଡ଼ାଖଣ୍ଡି: ବ୍ରହ୍ମପୁର ସଦର ଥାନା ଅର୍ନ୍ତଗତ କୁକୁଡ଼ାଖଣ୍ଡି ବ୍ଲକ୍‌ ରାଇଝୋଳ ଗ୍ରାମରେ ଘଟିଛି ଏକ ଚାଞ୍ଚଲ୍ୟକର ଘଟଣା। ରାଇଝୋଳ ଗ୍ରାମର ଏକ ମାଟିଝାଟି କୁଡ଼ିଆ ଘରୁ ଜଣେ ନାବାଳିକା ତଥା ଦଶମ ଶ୍ରେଣୀ ଛାତ୍ରୀଙ୍କ ଝୁଲନ୍ତା ଶବ ସୋମାବାର ରାତିରେ ସଦର ଥାନା ପୁଲିସ ଉଦ୍ଧାର କରିଛି। ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ବ୍ୟବଚ୍ଛେଦ ପରେ ଶବକୁ ପୁଲିସ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି। ତେବେ ନାବାଳିକାଙ୍କୁ ଭୁବନେଶ୍ବରରୁ ଅପହରଣ କରି ଆଣି ହତ୍ୟା କରାଯାଇଥିବା ନାବାଳିକାଙ୍କ ବାପା ଅଭିଯୋଗ କରିଛନ୍ତି। ସଦର ଥାନା ପୁଲିସ ହତ୍ୟା ମକଦ୍ଦମା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ବାପାଙ୍କ ଏତଲା ଆଧାରରେ ରାଇଝୋଳ ଗ୍ରାମର ଅଭିଯୁକ୍ତ ଶିବ ଶଙ୍କର ନାୟକ(୧୯)ଙ୍କୁ ପୁଲିସ ଅଟକ ରଖି ପଚରାଉଚରା କରୁଛି।

Yogi's UP turns into rape state: After Hathras & Balrampur, 8-yr-old raped  in Azamgarh, a teen in Bulandshahr
National Herald

ପୁଲିସ ସୂଚନା ଅନୁଯାୟୀ, ମୃତ ନାବାଳିକାଙ୍କ ଘର ଗଞ୍ଜାମ ଜିଲ୍ଲା ପାଟପୁର ଅଞ୍ଚଳରେ। ତାଙ୍କ ବାପା-ମା’ ଭୁବନେଶ୍ବରରେ ରହି କାମ କରନ୍ତି। ନାବାଳିକାଜଣକ ବାପା-ମା’ଙ୍କ ପାଖରେ ରହି ଭୁବନେଶ୍ବରରେ ଏକ ହାଇସ୍କୁଲର ୧୦ମ ଶ୍ରେଣୀରେ ପଢୁଥିଲେ। ଅଭିଯୁକ୍ତ ଶିବର ଘର କୁକୁଡ଼ାଖଣ୍ଡି ବ୍ଲକ୍ ର‌ ରାଇଝୋଳ ଗାଁରେ। ଶିବଙ୍କ ସମ୍ପର୍କୀୟଙ୍କ ଘର ପାଟପୁରରେ। ଏକ ବିବାହ ଭୋଜିରେ ନାବାଳିକା ଓ ଶିବଙ୍କ ପ୍ରଥମ ଦେଖା ହୋଇଥିଲା। ଏହା ମଧ୍ୟରେ ଏମାନଙ୍କ ମଧ୍ୟରେ ସମ୍ପର୍କ ଗଢ଼ି ଉଠିଥିଲା। ଲକ୍‌ଡାଉନ୍‌ ସମୟରେ ଶିବ ନାବାଳିକାଙ୍କୁ ଭୁବନେଶ୍ବରରୁ ନିଜ ଗାଁ ରାଇଝୋଳକୁ ନେଇ ଆସିଥିଲେ। ଶିବ ଉକ୍ତ ନାବାଳିକାଙ୍କୁ ନେଇ ଗାଁରେ ଏକ ଝାଟିମାଟି କୁଡ଼ିଆ ଘରେ ରହିଥିଲେ। ଗତକାଲି ସନ୍ଧ୍ୟାରେ ଉକ୍ତ କୁଡ଼ିଆରେ ନାବାଳିକାଙ୍କ ଝୁଲନ୍ତା ଶବ ଦେଖିବାକୁ ମିଳିଥିଲା। ଗ୍ୟାସ୍‌ ହାଣ୍ଡି ଉପରେ ଚଢ଼ି ନାବାଳିକା ଜଣଙ୍କ ବେକରେ ଓଢଣୀ ଲଗାଇ ଘରର ଏକ କାଠରେ ଝୁଲୁଥିଲେ। ସଦର ଥାନା ପୁଲିସ ଶବକୁ ଜବତ କରିଛି। ସଦର ଥାନାରେ ଦଫା ୩୦୨/୩୬୬/୩୭୬ ଓ ‌ପକ୍ସୋ ଆଇନ ବଳରେ ଏକ କେସ୍‌ ( ନଂ୩୫୭/୨୦୨୦) ରୁଜୁ ହୋଇଛି।

ସମ୍ବନ୍ଧିତ ଖବର