ଛାତ୍ରୀଙ୍କୁ ଦୁଷ୍କର୍ମ ପରେ ଅଭିଯୁକ୍ତର ଆତ୍ମହତ୍ୟା

କୁଜଙ୍ଗ : ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ ଗଣ୍ଡକିପୁରରେ ଆଜି ଜଣେ ୬ଷ୍ଠ ଶ୍ରେଣୀ ଛାତ୍ରୀ (୧୨ବର୍ଷ)ଙ୍କୁ ୨୫ ବର୍ଷର ଜଣେ ଯୁବକ ଦୁଷ୍କର୍ମ କରିଛି। ନାବାଳିକା ଜଣକ ନିଜ ଘରେ ଏ କଥା କହିବା ପରେ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରାଯାଇଛି। ତେବେ ପୁଲିସ ମାମଲା ରୁଜୁକରି ନାବାଳିକାର ଡାକ୍ତରୀ ମାଇନା ପାଇଁ ପଠାଇଥିବା ବେଳେ ଅଭିଯୁକ୍ତ ଯୁବକ ଜାଣିପାରି ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାଯାଇଛି। ପୁଲିସ ଉକ୍ତ ଯୁବକର ମୃତଦେହ ଜବତ କରି ବ୍ୟବଚ୍ଛେଦ କରାଇବା ସହ ତଦନ୍ତ ଆରମ୍ଭ କରିଛି।

ଅଭିଯୋଗ ମୁତାବକ, ଗଣ୍ଡକିପୁର ଗ୍ରାମର ବାମ ସାମଲଙ୍କ ପୁଅ ଗୋପୀ ସାମଲ(୨୫) ପାରାଦୀପର ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରନ୍ତି। ଆଜି ସକାଳ ୮ଟା ସମୟରେ ସେ କାର୍ଯ୍ୟକ୍ଷେତ୍ରରୁ ଘରକୁ ଫେରିବା ପରେ ପଡ଼ୋଶୀ ଘରର ପ୍ରମିଳା (ଛଦ୍ମନାମ-୧୨)ଙ୍କୁ ଘରକୁ ଡାକିଥିଲେ। ଘରେ କେହି ନଥିବାରୁ ଠାକୁର ପୂଜା କରିଦେବା ପାଇଁ ସେ ପ୍ରମିଳାଙ୍କୁ କହିଥିଲେ। ପରେ ଗୋପୀ ତାଙ୍କ ସହ ଯୋର ଜବରଦସ୍ତ ଦୁଷ୍କର୍ମ କରିଥିଲା। ପ୍ରମିଳା କାନ୍ଦି କାନ୍ଦି ଘରକୁ ଫେରି ନିଜ ଖୁଡ଼ି ଏବଂ ପରେ ମା’ଙ୍କୁ ଘଟଣା ସମ୍ପର୍କରେ କହିଥିଲେ। ଏହାକୁ ନେଇ ପରିବାର ପକ୍ଷରୁ ତୀବ୍ର ଉତ୍ତେଜନା ପ୍ରକାଶ ପାଇଥିଲା ଓ ତାଙ୍କ ମା’ ଥାନାକୁ ଯାଇ ଅଭିଯୋଗ କରିଥିଲେ। ଗୋଟିଏ ପଟେ ଲୋକଲଜ୍ଜା ଓ ଅନ୍ୟ ପଟେ ଗିରଫ ହେବାର ଭୟ ଯୋଗୁ ସେ ମାନସିକ ଭାରସାମ୍ୟ ହରାଇ ଘରର କବାଟ ବନ୍ଦ କରି ଲୁଙ୍ଗିକୁ ରଶି କରି ଘର ଚାଳରେ ଫାଶି ଲଗାଇ ଦେଇଥିଲେ।

ସମ୍ବନ୍ଧିତ ଖବର