ଦୁଷ୍କର୍ମ ମାମଲା: ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୁଲିସ

ଦୁଷ୍କର୍ମ ମାମଲା: ବ୍ୟାଙ୍କ୍ ମ୍ୟାନେଜରଙ୍କୁ ଗିରଫ କଲା ଝାଡ଼ଖଣ୍ଡ ପୁଲିସ

ଗୋପାଳପୁର: ଗଞ୍ଜାମ ଜିଲ୍ଲା ଗୋପାଳପୁରରେ ଥିବା ବ୍ୟାଙ୍କ୍ ଅଫ୍ ବରୋଦାର ଆସିଷ୍ଟାଣ୍ଟ୍‌ ମ୍ୟାନେଜର୍‌ ଆଶୀର୍ବାଦ କୁମାର ପ୍ରୀତମ୍‌  (୩୪)ଙ୍କୁ  ଦୁଷ୍କର୍ମ ମାମଲାରେ  ଝାଡ଼ଖଣ୍ଡ ପୁଲିସ  ଆଜି ଗିରଫ କରିଥିବା ଜଣାପଡ଼ିଛି। ୨୦୨୧ରେ ଝାଡ଼ଖଣ୍ଡ ସ୍ଥିତ ପଶ୍ଚିମ ସିଂହଭୂମ ଜିଲ୍ଲାର ବରଜାମଡ଼ା ଗ୍ରାମରେ ଏକ ଦୁଷ୍କର୍ମ ମାମଲା (୧୯୯/୨୦୨୧)ରେ ଆଶୀର୍ବାଦ ଅଭିଯୁକ୍ତ ଥିଲେ। ତାଙ୍କୁ ଖୋଜିଖୋଜି ଝାଡ଼ଖଣ୍ଡର ରାଞ୍ଚି ସ୍ଥିତ ନାମକୁମ୍ ଥାନାର ଏସ୍‌ଆଇ ରବି କୁମାର କେଶରୀଙ୍କ ନେତୃତ୍ବରେ ଏକ ପୁଲିସ ଟିମ୍ ଆଜି ଗୋପାଳପୁର ଥାନାରେ ପହଁଚି ଆଲୋଚନା କରିଥିଲା। ଏହାପରେ ଗୋପାଳପୁର ଥାନାର ଏସ୍‌ଆଇ ଟଙ୍କଧର ଦେଶାରୀ ଓ ଏଏସ୍‌ଆଇ ତିରୁପତି ରାଓ ବରୋଦା ବ୍ୟାଙ୍କରେ ପହଞ୍ଚି ଅଭିଯୁକ୍ତ ଆଶୀର୍ବାଦକୁ ଗିରଫ କରିଥିଲେ। ବ୍ରହ୍ମପୁର ଏସ୍‌ଡିଜିଏମ୍‌ଙ୍କ କୋର୍ଟରେ ଅଭିଯୁକ୍ତକୁ ହାଜର କରିବା ପରେ ଝାଡ଼ଖଣ୍ଡ ପୁଲିସକୁ ହସ୍ତlନ୍ତର କରାଯାଇଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର