ରାଜ୍ୟରେ ବଢ଼ି ଚାଲିଛି ଦୁଷ୍କର୍ମ : ଦିନକୁ ୮ ଦୁଷ୍କର୍ମ, ୪ ହତ୍ୟା

୨୦୨୦ରେ ୨୯୮୪ ଦୁଷ୍କର୍ମ, ୧୪୭୦ ହତ୍ୟା

ଭୁବନେଶ୍ବର : ରାଜ୍ୟରେ ବଢ଼ି ଚାଲିଛି ଦୁଷ୍କର୍ମ। ଦିନକୁ ପ୍ରାୟ ୮ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଛନ୍ତି। ୨୦୨୦ରେ ୨୯୮୪ ଦୁଷ୍କର୍ମ ମାମଲା ରୁଜୁ ହୋଇଛି। ଯେଉଁ ସଂଖ୍ୟା ଉଦ୍‌ବେଗଜନକ ରହିଛି। ବିଧାନସଭାରେ ବିଧାୟକ ଭବାନୀ ଶଙ୍କର ଭୋଇଙ୍କ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର। ୨୦୧୯ ଅପେକ୍ଷା ୨୦୨୦ରେ ଦୁଷ୍କର୍ମ ମାମଲା ବଢ଼ିଛି। ୨୦୧୯ରେ ୨୯୫୦ଟି ମାମଲା ରୁଜୁ ହୋଇଥିଲା। ୨୦୨୦ରେ ୩୪ଟି ମାମଲା ବଢ଼ି ୨୯୮୪ ହୋଇଛି। ସେହିପରି ୨୦୧୮ରେ ୨୫୦୨ଟି ଦୁଷ୍କର୍ମ ମାମଲା ରୁଜୁ ହୋଇଥିଲା। ଗତ ତିନି ବର୍ଷର ରେକର୍ଡକୁ ଦେଖିଲେ ଦୁଷ୍କର୍ମ ମାମଲା ସଂଖ୍ୟା ବଢ଼ି ବଢ଼ି ଚାଲିଛି। କରୋନା କଟକଣା, ଲକଡାଉନ୍, ସଟଡାଉନ୍ ସତ୍ତ୍ବେ ଦୁଷ୍କର୍ମ ମାମଲା ବଢ଼ିବା ନିହାତି ଭାବେ ଚିନ୍ତାଜନକ ରହିଛି। ସେହିପରି ୨୦୨୦ରେ ୧୪୭୦ଟି ହତ୍ୟାକାଣ୍ଡ ଘଟିଛି। ଏହି ସଂଖ୍ୟାକୁ ହିସାବ କଲେ ଦିନକୁ ୪ ଜଣ ହତ୍ୟାର ଶିକାର ହେଉଛନ୍ତି।

ସମ୍ବନ୍ଧିତ ଖବର