ସ୍ୱରାଷ୍ଟ୍ର ମନ୍ତ୍ରାଳୟର ଚିଠି : ସବୁ ଥାନା ଗ୍ରହଣ କରିବେ ଦୁଷ୍କର୍ମ ଅଭିଯୋଗ

ନୂଆଦିଲ୍ଲୀ: ସାରା ଦେଶରେ ଦୁଷ୍କର୍ମକୁ ନେଇ ଜନ ଅସନ୍ତୋଷ ତୀବ୍ର ହେଉଥିବା ବେଳେ କଠୋର ଆଭିମୁଖ୍ୟ ଦେଖାଇଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଗତ ଡିସେମ୍ବର ୫ ତାରିଖ ଦିନ ଦେଶର ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳକୁ ଚିଠି ଲେଖିଛି ସ୍ୱରାଷ୍ଟ୍ର ମନ୍ତ୍ରାଳୟ । ଦୁଷ୍କର୍ମ ଅଭିଯୋଗ ନେଇ କଠୋର ହେବାକୁ ପରାମର୍ଶ ଦେଇଛି ମନ୍ତ୍ରାଳୟ । ଯେକୌଣସି ଥାନାକୁ ଦୁଷ୍କର୍ମ ଅଭିଯୋଗ ଆସିଲେ ତୁରନ୍ତ ତାହାକୁ ଗ୍ରହଣ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସରକାର।

ମହିଳା ଓ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ପୁଲିସ ଅଧିକାରୀ ଅଧିକ ଦାୟିତ୍ୱବାନ ଓ ସମ୍ବେଦନଶୀଳ ହେବାକୁ ମନ୍ତ୍ରାଳୟ ପରାମର୍ଶ ଦେଇଛି  । ଏ ନେଇ ସ୍ୱରାଷ୍ଟ୍ର ସଚିବ ଅଜୟ କୁମାର ଭଲ୍ଲା ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର  ମୁଖ୍ୟଶାସନ ସଚିବଙ୍କୁ ଚିଠି ଲେଖିଛନ୍ତି । ପ୍ରତି ଦୁଷ୍କର୍ମ ମାମଲାର ତଦନ୍ତ ସ୍ଥାନୀୟ ପୁଲିସ ୨ ମାସ ମଧ୍ୟରେ ସାରିବାକୁ ନିର୍ଦ୍ଦେଶ ଦେଇଛନ୍ତି କେନ୍ଦ୍ର ସ୍ୱରାଷ୍ଟ୍ର ସଚିବ । ଏ ନେଇ ଅଧିକ ତତ୍ପରତା ପ୍ରକାଶ କରିବାକୁ କେନ୍ଦ୍ରରୁ ଆସିଥିବା ଚିଠିରେ ଉଲ୍ଲେଖ ରହିଛି ।

ସମ୍ବନ୍ଧିତ ଖବର