ଧର୍ମଗଡ଼: ଗତ ୨୦୧୯ ମସିହାରେ ଜଣେ ୭୫ ବର୍ଷୀୟ ବୃଦ୍ଧାଙ୍କ ଦୁଷ୍କର୍ମ ମାମଲାର ସୋମବାର ଶୁଣାଣି ହୋଇଛି। ଅତିରିକ୍ତ ଜିଲ୍ଲା ଦୌରାଜଜ୍ ବନ୍ଦନା କର ଅଭିଯୁକ୍ତକୁ ୨୦ ବର୍ଷ କାରାଦଣ୍ଡ ସହିତ ୫୦ ହଜାର ଟଙ୍କା ଜରିମାନା ଦଣ୍ଡାଦେଶ ଶୁଣାଇଛନ୍ତି।
ବୃଦ୍ଧା ଜଣକ ୨୦୧୯ ମସିହା ମାର୍ଚ୍ଚ ୧୯ ତାରିଖରେ ଗୋଲାମୁଣ୍ଡା ଥାନା ଅଞ୍ଚଳର ନିଜ ଜ୍ବାଇଁ ଘରକୁ ଆସିଥିଲେ। ସେ ଏକୁଟିଆ ଘରେ ଥିବା ସମୟରେ ଦଶପୁର ଗ୍ରାମର ଭକ୍ତ ପଣ୍ଡା ଘରେ ରହୁଥିବା ଭଗବତିଆ ଭୋଇ ଓରଫ ସାଗର (୩୨) ବୃଦ୍ଧାଙ୍କୁ ଦୁଷ୍କର୍ମ କରିଥିଲା। ଗୁରୁତର ଅବସ୍ଥାରେ ପୀଡ଼ିତାଙ୍କୁ ଧର୍ମଗଡ଼ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ପୀଡ଼ିତାଙ୍କ ପୁଅ ଗୋଲାମୁଣ୍ଡା ଥାନାରେ ଏତଲା ଦେଇଥିଲେ। ଗୋଲାମୁଣ୍ଡା ପୁଲିସ କେସ୍ ନଂ ୩୩ ତା ୧୯/୩/୧୯ ଦଫା ୪୫୧ ଓ ୩୭୬ ରେ ଅଭିଯୁକ୍ତକୁ ଗିରଫ କରିଥିଲେ। ମଙ୍ଗଳବାର ଏହି ମାମଲାର ଶୁଣାଣି କରି ଅତିରିକ୍ତ ଜିଲ୍ଲା ଦୌରାଜଜ ବନ୍ଦନା କର ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି।