୩ବର୍ଷରେ ଓଡ଼ିଶାରେ ଘଟିଛି ୭ହଜାରରୁ ଅଧିକ ଦୁଷ୍କର୍ମ

ଭୁବନେଶ୍ବର: ରାଜ୍ୟରେ ଦୁଷ୍କର୍ମ, ଯୌତୁକଜନିତ ହତ୍ୟା ଓ ମହିଳା ନିର୍ଯାତନା ବଢ଼ିବାରେ ଲାଗିଛି । ଦିନକୁ ଦିନ ଏହା ବଢ଼ିବାରେ ଲାଗିଛି ବୋଲି ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ରଙ୍କ ଉତ୍ତରରୁ ସ୍ପଷ୍ଟ ହୋଇଛି। ରାଜ୍ୟରେ ଏବେ ଦୁଷ୍କର୍ମ ଓ ହତ୍ୟାକୁ ନେଇ ସ୍ଥିତି କିଭଳି ରହିଛି ବୋଲି ବିଧାନସଭାରେ କଂଗ୍ରେସ ବିଧାୟକ ସନ୍ତୋଷ ସିଂ ସାଲୁଜା ପ୍ରଶ୍ନ କରିଥିବା ବେଳେ ଏବେ ଗୃହ ରାଷ୍ଟ୍ର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଏହାର ଚମକାଇଦେବା ଭଳି ଉତ୍ତର ଦେଇଛନ୍ତି।

ସେ କହିଛନ୍ତି ଯେ, ୨୦୧୯ରେ ୨୯୫୦ଦୁଷ୍କର୍ମ ହୋଇଥିବା ବେଳେ ୨୦୨୦ରେ ଏହି ସଂଖ୍ୟା ବଢି ୨୯୮୪ରେ ପହଞ୍ଚିଥିଲା । ୨୦୨୧ମସିହା ଜୁନ ସୁଦ୍ଧା ୧୫୬୩ଟି ମାମଲା ସାମ୍ନା କୁ ଆସିଲାଣି । ସେହିପରି ନାବାଳିକା ଦୁଷ୍କର୍ମରେ ୨୦୧୯ରେ ୧୬୩୫ ଓ ୨୦୨୦ରେ ୧୬୪୬ ଆଉ ୨୦୨୧ଜୁନ ସୁଦ୍ଧା ୭୮୬ଟି ମାମଲା ସାମ୍ନାକୁ ଆସିଛି ।

ହତ୍ୟା କ୍ଷେତ୍ରରେ ୨୦୧୯ରେ ୧୩୫୬, ୨୦୨୦ରେ ୧୪୭୦ ଏବଂ ୨୦୨୧ ଜୁନ ସୁଦ୍ଧା ୭୮୨ ମାମଲା ସାମ୍ନାକୁ ଆସିଛି । ସେହିପରି ଯୌତୁକଜନିତ ହତ୍ୟାରେ ବି ୨୦୧୯ରେ ୨୭୮, ୨୦୨୦ରେ ୩୧୧ ଏବଂ ୨୦୨୧ ଜୁନ ସୁଦ୍ଧା ୧୮୪ଟି ମାମଲା ସାମ୍ନାକୁ ଆସିଛି । ଆଉ ଯୌତୁକଜନିତ ନିର୍ଯାତନା ୨୦୧୯-୨୦ ମସିହାରେ ପାଖାପାଖି ସମାନ ରହିଛି। ଏହା ସହ ୨୦୨୧ଜୁନ ସୁଦ୍ଧା ୨୨୯ଟି ମାମଲା ମାମଲା ସାମ୍ନାକୁ।

ଯୌନ ନିର୍ଯାତନାରେ ୨୦୧୯ମସିହାରେ ୬୮୪୮, ୨୦୨୦ରେ ୭୯୩୭ ଏବଂ ୨୦୨୧ ଜୁନ ସୁଦ୍ଧା ୪୯୪୯ ମାମଲା ସାମ୍ନାକୁ ଆସିଛି ।ସେହିଭଳି ଏସିଡ଼ ମାଡ଼ରେ ୨୦୧୯ରେ ୩ଜଣ, ୨୦୨୦ରେ ୬ ଜଣ ଆଉ ୨୦୨୧ଜୁନ ସୁଦ୍ଧା ଜଣେ ଏସିଡ ମାଡ଼ର ଶିକାର ହୋଇଥିବା କହିଛନ୍ତି ଦିବ୍ୟ ଶଙ୍କର ମିଶ୍ର।

ସମ୍ବନ୍ଧିତ ଖବର