କୁଚିଣ୍ଡା: କୁଚିଣ୍ଡା ଥାନା ହାଡିପାଲି ପଞ୍ଚାୟତ ପାନପାଲି ଜଙ୍ଗଲରେ ଜଣେ ଏଏନ୍ଏମ୍ଙ୍କୁ ଦୁଷ୍କର୍ମ ହୋଇଥିବା ଥାନାରେ ଅଭିଯୋଗ ହୋଇଛି। ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛି। ହାଡିପାଲି ପଞ୍ଚାୟତର ଜଣେ ଯୁବକ ଏଏନ୍ଏମ ସହିତ ଫାଶିମାଲ ଆସିଥିଲେ।
ଫେରିବା ବେଳେ ରାତି ହୋଇଯାଇଥିଲା। ବାଟରେ ପାନପାଲି ଜଙ୍ଗଲ ନିକଟ ନିଛାଟିଆ ରାସ୍ତାରେ ଯୁବକ ଜଣକ ଏଏନ୍ଏମ୍ଙ୍କୁ ଦୁଷ୍କର୍ମ କରି ଫେରାର ହୋଇଯାଇଥିଲା। ଖବର ପାଇ କୁଚିଣ୍ଡା ପୁଲିସ ଏଏନ୍ଏମ୍ଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଚିକିତ୍ସା କରିଛନ୍ତି। ଘଟଣାରେ ଅଭିଯୁକ୍ତ ଫେରାର୍ ଥିବା ଜଣାଯାଇଛି।