ଶିଶୁକନ୍ୟାଙ୍କୁ ଦୁଷ୍କର୍ମ, କକା ଅଟକ

ସାରନଗରୀ: ସାରନଗରୀ ଅଞ୍ଚଳରେ ଜଣେ ଶିଶୁକନ୍ୟାକୁ ୬ ମାସ ଧରି ଦୁଷ୍କର୍ମ କରିବା ଅଭିଯୋଗରେ ପୁଲିସ ଶିଶୁକନ୍ୟାର ନିଜ କକାକୁ ଅଟକ ରଖିବା ସହ କିଶୋର ନ୍ୟାୟ ବୋର୍ଡକୁ ପଠାଇଛି। ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ସମ୍ପୃକ୍ତ ଶିଶୁକନ୍ୟାର ବାପାମା’ ଶ୍ରମଜୀବୀ। ସେମାନଙ୍କ ସହିତ ୭ ବର୍ଷର ଶିଶୁକନ୍ୟା ଓ ନାବାଳକ ଭାଇ ରହୁଥିଲା।

ସେମାନେ କାମକୁ ବାହାରିଯିବା ପରେ ଗତ ୬ ମାସ ଧରି ସମ୍ପୃକ୍ତ ନାବାଳକ କକା ଶିଶୁକନ୍ୟାକୁ ଦୁଷ୍କର୍ମ କରି ଆସୁଥିଲା। ଏ ବିଷୟ ଶିଶୁକନ୍ୟାଟି ନିଜ ମା’ଙ୍କୁ ଜଣାଇବା ପରେ ଦମ୍ପତି ଏ ନେଇ ଟାଙ୍ଗରପାଲି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ନାବାଳକ କକାକୁ ଅଟକ ରଖିବା ସହ ଉଭୟଙ୍କର ଡାକ୍ତରୀ ଯାଞ୍ଚ କରାଇଥିଲା। ଏ ନେଇ ପୁଲିସ ଏକ ମାମଲା ରୁଜୁକରିବା ସହ ନାବାଳକ କକାକୁ କିଶୋର ନ୍ୟାୟ ବୋର୍ଡରେ ହାଜର କରାଇଛି।

ସମ୍ବନ୍ଧିତ ଖବର