ଯୁବତୀଙ୍କୁ ଟେକିନେଇ ଦୁଷ୍କର୍ମ

ନାକଟିଦେଉଳ: ନାକଟିଦେଉଳ ଥାନା ସାଲେଭଟା ପଞ୍ଚାୟତ ଅଞ୍ଚଳର ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ନାକଟିଦେଉଳ ଥାନାରେ ଏକ ଲିଖିତ ଅଭିଯୋଗ ହୋଇଛି। ମିଳିଥିବା ସୂଚନା ଅନୁସାରେ, ମଙ୍ଗଳବାର ଅପରାହ୍ନରେ ପୀଡ଼ିତା ଯୁବତୀଜଣକ ନିଜ ଘରଠାରୁ କିଛି ଦୂରକୁ ଶୌଚ ହେବା ପାଇଁ ଯାଇଥିଲେ। ସେହି ସମୟରେ ପୂର୍ବରୁ ଛକି ରହିଥିବା ଜଣେ ଯୁବକ ଆସି ଯୁବତୀଙ୍କୁ ମାଡ଼ ମାରିବା ସହ ଟେକିନେଇ ଦୁଷ୍କର୍ମ କରିଥିଲେ। ଏହାପରେ ପୀଡ଼ିତା ଯୁବତୀଜଣକ ସନ୍ଧ୍ୟାରେ ନାକଟିଦେଉଳ ଥାନାରେ ଘଟଣା ସମ୍ପର୍କରେ ଲିଖିତ ଅଭିଯୋଗ କରିଛନ୍ତି।

ଅଭିଯୁକ୍ତ ଯୁବକ କିସିଣ୍ଡା ଥାନା ଅନ୍ତର୍ଗତ କେଲୋ ବଂଜାଗୋଳା ଗ୍ରାମର ବୋଲି ସୂଚନା ମିଳିଛି। ନାକଟିଦେଉଳ ଥାନା ଅଧିକାରୀ କୃପା ବାଗ ଏ ସମ୍ପର୍କରେ କୁହନ୍ତି, ‘ଦୁଷ୍କର୍ମ ଅଭିଯୋଗ ହୋଇଛି। ପୁଲିସ ପକ୍ଷରୁ ମଧ୍ୟ ତଦନ୍ତ ଚାଲିଛି। ତେବେ ଅଭିଯୁକ୍ତ ଗିରଫ ହେବାପରେ ସମ୍ପୂର୍ଣ୍ଣ ସୂଚନା ପ୍ରଦାନ କରାଯିବ।’ ପୁଲିସ ତଦନ୍ତ ଜାରି ଥିବାରୁ ଏ ନେଇ ସମ୍ପୂର୍ଣ୍ଣ ସୂଚନା ମିଳିପାରି ନାହିଁ।

ସମ୍ବନ୍ଧିତ ଖବର