ନାବାଳିକା ଛାତ୍ରୀଙ୍କୁ ଅପହରଣ ଓ ଦୁଷ୍କର୍ମ, ଅଭି‌ଯୁକ୍ତ ଗିରଫ

ମୁରିବାହାଲ: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ଥାନା ଅଞ୍ଚଳର ଜଣେ ନାବାଳିକା ଛାତ୍ରୀ (୧୭ବର୍ଷ)ଙ୍କୁ ଅପହରଣ ଓ ଦୁଷ୍କର୍ମ କରାଯାଇଥିବା ଅଭିଯୋଗ ହୋଇଛି। ଏହି ମାମଲାରେ ପୁଲିସ ଗୁଡ଼ିଘାଟ ଗ୍ରାମର ରିକନ ବିଶି (୨୪ବର୍ଷ) ନାମକ ଜଣେ ଯୁବକଙ୍କୁ ଗିରଫ କରି ପୋକ୍ସୋ କୋର୍ଟଚାଲାଣ କରିଛି।

ପୁଲିସର ସୂଚନା ଅନୁସାରେ, ଉକ୍ତ ଛାତ୍ରୀ ଓ ରିକନଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୩ ମାସ ତଳେ ଛାତ୍ରୀଙ୍କୁ ନେଇ ଯୁବକ ଜଣକ ଫେରାର ହୋଇଯାଇଥିଲେ। ପରିବାର ଲୋକଙ୍କ ଅଭିଯୋଗ ଆଧ‌ାରରେ ବଲାଙ୍ଗୀର ସିଡବ୍ଲୁସି ପକ୍ଷରୁ ଛାତ୍ରୀଙ୍କୁ ଉଦ୍ଧାର କରାଯାଇ ବାପା ମା’ଙ୍କୁ ହସ୍ତାନ୍ତର କରାଯାଇଥିଲା। ଏ ସମ୍ପର୍କରେ ଛାତ୍ରୀ ଓ ତାଙ୍କ ବାପା ମା’ ମୁରିବାହାଲ ଥାନାରେ ଏତଲା ଦେଇଥିଲ।

ସମ୍ବନ୍ଧିତ ଖବର