ବାଲେଶ୍ବର/ନୀଳଗିରି: ବାଲେଶ୍ୱର ଜିଲ୍ଲା ବରହମ୍‌ପୁର ଥାନା ଅଞ୍ଚଳର ଜଣେ ନାବାଳିକା ଅସଦାଚରଣର ଶିକାର ହୋଇଛନ୍ତି। ପଡ଼ିଶା ଘରର ଜଣେ ୬୨ ବର୍ଷୀୟ ବୃଦ୍ଧ ତାଙ୍କୁ ବାଡ଼ିରୁ ସପୁରି ଓ କଦଳୀ ଦେବାକୁ ଡାକି ଅସଦାଚରଣ କରିଥିବା ସେ ଅଭିଯୋଗ କରିଛନ୍ତି।

Advertisment

ଅଭିଯୋଗ ଅନୁସାରେ, ପୀଡ଼ିତା ନାବାଳିକା ଜଣକ ତାଙ୍କ ପଡ଼ୋଶୀ ତଥା ଅଭିଯୁକ୍ତ ରାଜକିଶୋର ବେହେରା (୬୨)ଙ୍କ ଘରକୁ ଯାଇଥିଲେ। ନାବାଳିକାଙ୍କୁ ଏକୁଟିଆ ପାଇ ରାଜକିଶୋର ତାଙ୍କ ବାଡ଼ିରେ ଫଳିଥିବା ପଣସ ଓ କଦଳୀ ଦେବାକୁ ଡାକି ନେଇଥିଲେ। ନାବାଳିକା ଜଣକ ତାଙ୍କ ସହିତ ବାଡ଼ିକୁ ଯାଇଥିବା ବେଳେ ସେଠାରେ ରାଜକିଶୋର ତାଙ୍କୁ ଅସଦାଚରଣ କରିଥିଲେ। କୌଣସି ପ୍ରକାରେ ସେଠାରୁ ଖସି ଆସି ଘଟଣା ସମ୍ପର୍କରେ ନାବାଳିକା ଜଣକ ତାଙ୍କ ମା’ଙ୍କୁ ଜ‌ଣାଇଥିଲେ। ପରେ ଏନେଇ ଗ୍ରାମରେ ଏକ ବୈଠକ ବସିଥିଲା। ହେଲେ ସେଠାରେ ଘଟଣାର ସମାଧାନ ନହେବାରୁ ପୀଡ଼ିତା ନାବାଳିକାଙ୍କ ମା’ ବରହମ୍‌ପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ବରହମ୍‌ପୁର ପୁଲିସ ୬୨/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତଙ୍କୁ ଗିରଫ କରିଛି। ରାଜକିଶୋର ଭାରତୀୟ ସେନାର ଜଣେ ଅବସରପ୍ରାପ୍ତ ସୈନିକ ବୋଲି ଜଣାପଡ଼ିଛି।