ଚିଲିଗୁଡ଼ା: ଜୁନାଗଡ଼ ଥାନା ଅଂଚଳର ଜଣେ ନାବାଳିକାଙ୍କୁ ଅପହରଣ ଓ ଦୁଷ୍କର୍ମ ମାମଲାରେ ଜୁନାଗଡ଼ ପୁଲିସ୍ ବଣ୍ଡେଲପଡ଼ା ଗ୍ରାମର ବଗୁରୁବାହନ ବଣିଆଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି। ଅଭିଯୁକ୍ତ ଜଣକ ଗତ ୧୮ ତାରିଖ ନାବାଳିକାଙ୍କୁ ଅପହରଣ କରି ଲାଞ୍ଜିଗଡ଼ରେ ରଖି ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା।
ଜୁନାଗଡ଼ ପୁଲିସ୍ ଉଭୟଙ୍କ ଡାକ୍ତରୀ ମାଇନା କରିବା ପରେ ଅଭିଯୁକ୍ତଙ୍କୁ ଗିରଫ କରିଛି। ବର୍ତ୍ତମାନ ନାବାଳିକା ଜଣକ ସିଡବ୍ଲୁସିର ଦାୟିତ୍ୱରେ ରହିଥିବା ଥାନା ଅଧିକାରୀ ସତ୍ୟାନନ୍ଦ ପାତ୍ର ପ୍ରକାଶ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/12/rape.jpg)