ହରିଚନ୍ଦନପୁର: ହରିଚନ୍ଦନପୁର ବ୍ଲକ୍ ସୁନାପେଣ୍ଠ ପଞ୍ଚାୟତରେ ଝିଅକୁ ଦୁଷ୍କର୍ମ ଅଭିଯୋଗରେ ବାପା ଗିରଫ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ଅଭିଯୁକ୍ତର ପତ୍ନୀଙ୍କ ଦେହାନ୍ତ ହୋଇଯାଇଛି। ତାଙ୍କର ୪ ଝିଅଙ୍କ ମଧ୍ୟରୁ ଦୁଇଜଣ ବିବାହ କରିସାରିଥିବା ବେଳେ ଅନ୍ୟ ଦୁଇଜଣ ଘରେ ରହୁଥିଲେ।
ତୃତୀୟ ଝିଅକୁ ଅଭିଯୁକ୍ତ ତିନିବର୍ଷ ହେଲା ଦୁଷ୍କର୍ମ କରିଆସୁଥିବା ନେଇ ଥାନାରେ ଅଭିଯୋଗ ହୋଇଥିଲା। ଏସ୍ଆଇ ସୁକଳ କୁମାର ଥେମୁରିଆ କେସ୍ ନମ୍ବର ୧୪୮/୨୨ରେ ଏକ ମାମଲା ରୁଜୁ କରି ଅଭିଯୁକ୍ତକୁ କୋର୍ଟଚାଲାଣ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/07/arrest.jpg)