ମନମୁଣ୍ଡା : ଲୋକ ଲଜ୍ଜା ଭୟରେ ଜଣେ ଦୁଷ୍କର୍ମ ପୀଡ଼ିତା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏହି ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି କରିଛି। ଗତ ୨୫ ତାରିଖ ଦିନ ତାଙ୍କୁ ଦୁଷ୍କର୍ମ ହୋଇଥିଲା ଏବଂ ସେ ସେହି ଦିନ ହିଁ ବିଷ ପିଇ ଦେଇଥିଲେ। ବୁର୍ଲା ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା। ପୁଲିସ ସୂତ୍ରରୁ ପ୍ରକାଶ ଯେ, ସଂପୃକ୍ତ ନାବାଳିକା (୧୯) ଜଣକ ଗତ ୨୫ ତାରିଖ ଦିନ ତାଙ୍କ ଘର ବାଡ଼ିପଟକୁ କୌଣସି କାମରେ ଯାଇଥିଲେ। ଏହି ସମୟରେ ଜାମୁଲାପଦର ଗାଁର ନରେନ୍ଦ୍ର ପ୍ରଧାନ(୨୫) ତାଙ୍କୁ ଏକାକୀ ପାଇ ଦୁଷ୍କର୍ମ କରିଥିଲା। ଗାଁର କିଛି ପିଲା ଏ ସଂପର୍କରେ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ଫଳରେ ଅଭିଯୁକ୍ତ ନରେନ୍ଦ୍ର ଦୌଡ଼ି ପଳାଇଥିଲା। ଉକ୍ତ ପିଲାମାନେ ଏ ସଂପର୍କରେ ଗାଁରେ ପ୍ରଚାର କରିବାରୁ ପୀଡ଼ିତା ଲୋକ ଲଜ୍ଜା ଭୟରେ ଘରକୁ ଯାଇ କପା କିଆରିରେ ପକାଇବାକୁ ଥିବା କୀଟନାଶକ ପିଇ ଦେଇଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକ ତାଙ୍କୁ ପ୍ରଥମେ ସୋନପୁର ଓ ପରେ ବୁର୍ଲାକୁ ଚିକିତ୍ସା ପାଇଁ ନେଇଥିଲେ। ଦୁଇଦିନର ଚିକିତ୍ସା ପରେ ଶୁକ୍ରବାର ପୀଡ଼ିତା ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ଡାକ୍ତରଖାନାରେ ପ୍ରାଣ ହରାଇଥିଲେ। ବୁର୍ଲାରେ ଶବ ବ୍ୟବଚ୍ଛେଦ ପରେ ପରିବାର ବର୍ଗଙ୍କୁ ହସ୍ତାନ୍ତର କରାଯାଇଛି। ଶୁକ୍ରବାର ରାତିରେ ଏନେଇ ପୀଡ଼ିତାଙ୍କ ବାପା ମନମୁଣ୍ଡା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଅଭିଯୁକ୍ତ ନରେନ୍ଦ୍ରକୁ ଅଟକ ରଖି ପଚରାଉଚରା ଜାରି ରଖିଛି ବୋଲି ଆଇଆଇସି ଗୋପୀନାଥ ପ୍ରଧାନ କହିଛନ୍ତି।
ମନମୁଣ୍ଡା : ବିଷ ପିଇ ଆତ୍ମହତ୍ୟା କଲେ ଦୁଷ୍କର୍ମ ପୀଡ଼ିତା
/sambad/media/post_attachments/wp-content/uploads/2019/06/suicide-ff.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)