ସୁନ୍ଦରଗଡ଼ : ଜଣେ ଦୂର ସଂପର୍କୀୟଙ୍କ ଦ୍ୱାରା ଦୁଷ୍କର୍ମର ଶିକାର ହୋଇ ଗର୍ଭବତୀ ହେବା ପରେ ସୁନ୍ଦରଗଡ଼ ସଟ୍ର୍ ଷ୍ଟେ୍ ହୋମ୍ରେ ରହୁଥିବା ଜଣେ ନାବାଳିକା (୧୩) ଆଜି ଯାଆଁଳା ଶିଶୁ କନ୍ୟା ଜନ୍ମ ଦେଇଛି। ପ୍ରସବ ପରେ ନାବାଳିକାଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବୁର୍ଲା ସ୍ଥାନାନ୍ତରିତ କରାଯାଇଛି।
ପୀଡ଼ିତାଙ୍କୁ ଅନୁକମ୍ପାମୂଳକ ସହାୟତା ସମେତ ଉନ୍ନତମାନର ଚିକିତ୍ସା ସେବା ଯୋଗାଇ ଦେବା ପାଇଁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲେ ମଧ୍ୟ ତାଙ୍କୁ କୌଣସି ସୁବିଧା ଦିଆନଯିବା ବିଭିନ୍ନ ମହଲରେ ପ୍ରତିକ୍ରିୟା ସୃଷ୍ଟି କରିଛି।
ଚକ୍ରଧରପୁର ଅଂଚଳର ମୂଳବାସିନ୍ଦା ପୀଡ଼ିତା ସଦର ବ୍ଲକ ଅନ୍ତର୍ଗତ କୁରାବସା କୁଶପଡ଼ା ଅଂଚଳରେ ସପରିବାର ରହନ୍ତି। ପିତା-ମାତା ଦିନ ମଜୁରିଆ ଭାବେ କାମ କରୁଥିବାବେଳେ ନାବାଳିକା ଅଧିକାଂଶ ସମୟରେ ଘରେ ଏକୁଟିଆ ରହୁଥିଲେ। ଏହାର ସୁଯୋଗ ନେଇ ସେହି ଗ୍ରାମର ତାଙ୍କର ଜଣେ ଦୂରସମ୍ପର୍କୀୟ ଭାଇ (୧୬) ତାଙ୍କୁ ବାରମ୍ବାର ବଳପୂର୍ବକ ଦୁଷ୍କର୍ମ କରିଥିଲା। ଗତ ମାର୍ଚ୍ଚ ୨୭ ତାରିଖରେ ସଦର ଥାନାରେ ଏତଲା ହୋଇଥିଲା। ପୁଲିସ ଅଭିଯୁକ୍ତ ନାବାଳକଙ୍କ ଅଟକ ରଖି ଜୁଭେନାଇଲ୍ ଜଷ୍ଟିସ୍ ବୋର୍ଡରେ ହାଜର କରିଥିଲା। ସେବେଠାରୁ ପୀଡ଼ିତା ସୁନ୍ଦରଗଡ଼ ଭିତିରିଆପଡ଼ା ସଟ୍ର୍ ଷ୍ଟେ୍ ହୋମ୍ରେ ରହିଆସୁଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/05/baby-f-1.jpg)