ରାଉରକେଲା : ଗଣଦୁଷ୍କର୍ମ ଶିକାର ଯୁବତୀଙ୍କ ବୟାନ ରେକର୍ଡ

ରାଉରକେଲା : ମଙ୍କିକ୍ୟାପ୍ ପିନ୍ଧି ଯୁବତୀଙ୍କୁ ଗଣଦୁଷ୍କର୍ମ ଘଟଣା ଏବେ ବି ଇସ୍ପାତ ସହରରେ ଚର୍ଚିତ ବିଷୟ ହୋଇ ରହିଛି।

ଅନ୍ୟପକ୍ଷରେ ଛେଣ୍ଡ ପୁଲିସ ଏହି ସମ୍ବେଦନଶୀଳ ଘଟଣାର ତଦନ୍ତ ଜୋରଦାର କରିଛି। ରାଉରକେଲା ପୁଲିସ ଏଥିପାଇଁ କେତୋଟି ସ୍ୱତନ୍ତ୍ର ଟିମ୍ ଗଠନ କରିଛି। ସେହି ଟିମ୍ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦିନ ରାତି ଏକ କରି ଦେଇଛନ୍ତି। ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ବିଭିନ୍ନ ସ୍ଥାନରେ ଚଢ଼ଉ ଚଳାଇଛି ପୁଲିସ। କିନ୍ତୁ ଏଯାଏ କାହାର ସନ୍ଧାନ ପାଇନାହିଁ। ସେହିପରି ପୁଲିସ ଆଜି ଯୁବତୀଙ୍କୁ କୋର୍ଟ ନେଇ ଦଫା ୧୬୪ ବଳରେ ମ୍ୟାଜିଷ୍ଟ୍ରେଟଙ୍କ ସମ୍ମୁଖରେ ବୟାନ ରେକର୍ଡ କରାଇଛି। ପୁଲିସ ମଧ୍ୟ ଘଟଣାସ୍ଥଳକୁ ଯାଇ ସାକ୍ଷ୍ୟ ସଂଗ୍ରହ କରିଛି।

ସମ୍ବନ୍ଧିତ ଖବର