ବଲାଙ୍ଗୀର: ଜଣେ ନାବାଳିକା ଦୁଷ୍କର୍ମ ଅଭିଯୁକ୍ତକୁ ଦୋଷୀ ସାବ୍ୟସ୍ତ କରି ବଲାଙ୍ଗୀର ପୋକ୍ସ କୋର୍ଟ ବିଚାରପତି ଗୋପବନ୍ଧୁ ଗଡନାୟକ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହିତ ୫୦ ହଜାର ଟଙ୍କା ଜରିମାନା ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟରେ ଅଧିକ ୨ ବର୍ଷ କାରାଦଣ୍ଡ ଶୁଣାଣି କରିଛନ୍ତି। ଗତ
ମାମଲାରୁ ଜଣାଯାଏ ଯେ, ୨୦୧୯ ମସିହା ଡିସେମ୍ବର ୨୭ ତାରିଖରେ ବେଲପଡା ଥାନା ଅଧିନ ଜଣେ ୯ ବର୍ଷୀୟ ନାବାଳିକାକୁ ଅଭିଯୁକ୍ତ ପୂର୍ବ ସେନାବାହିନୀ କର୍ମଚାରୀ ସରୋଜ ବେହେରା(୫୫) ଦୁଷ୍କର୍ମ କରିଥିବା ନେଇ ବେଲପଡ଼ା ଥାନାରେ କେଶ ନମ୍ୱର ୨୦୬ରେ ଏକ ମାମଲା ଦାୟର ହୋଇଥିଲା। ଏହି ମାମଲାର ବିଚାରକରି ବିଚାରପତି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି। ସରକାରୀ ଓକିଲ ପ୍ରିୟରଞ୍ଜନ ବହିଦାର ମାମଲା ପରିଚାଳନା କରୁଥିଲେ।