ବରଗଡ଼: ନାବାଳିକା ଦୁଷ୍କର୍ମକାରୀକୁ ପୋକ୍ସୋ କୋର୍ଟ ୨୦ବର୍ଷ ଜେଲ୍ ଦଣ୍ଡାଦେଶ ଶୁଣାଇଛନ୍ତି। ସେହିପରି ଲକ୍ଷେ ଟଙ୍କା ଜରିମାନା ସହ ଅନାଦେୟ ହେଲେ ପୁଣି ଗୋଟିଏ ବର୍ଷ ଅଧିକ ଜେଲ୍ ଦଣ୍ଡ ଭୋଗିବାକୁ ନିର୍ଦ୍ଦେଶ ଦେଇଛନ୍ତି।
ମାମଲାରୁ ଜଣାଯାଇଛି ଯେ, ୨୦୧୮ ମସିହାରେ ଏହି ଘଟଣାରେ ବରପାଲି ଥାନା ବଡ଼ଗାଁ ନିବାସୀ ଡଗର ଛତରଙ୍କ ନାମରେ କେସ ୩୭୬(୩), ୪ ପୋକ୍ସୋ ଆକ୍ଟରେ ଏକ ମାମଲା ରୁଜୁ ହୋଇଥିଲା। ଯାହାର ଶୁଣାଣି କରି ବିଚାରପତି ଦୋଷୀକୁ ଦଣ୍ଡାଦେଶ ସହ ପୀଡ଼ିତାଙ୍କୁ ୬ ଲକ୍ଷ ଟଙ୍କା ସହାୟତା ଯୋଗାଇବାକୁ ଡିଏଲ୍ଏସ୍ଏକୁ ଆଦେଶ ଦେଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/05/court-generic.jpg)