ଝାରସୁଗୁଡ଼ା: ଜଣେ ନାବାଳିକାକୁ ଦୁଷ୍କର୍ମ ମାମଲାର ରାୟ ପ୍ରକାଶ କରି ଝାରସୁଗୁଡ଼ା ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ତଥା ପୋକସୋ ଅଦାଲତ ନିଳଗିରି ଜେନା ଆଜି ଦୁଷ୍କର୍ମକାରୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଓ ୩୦ ହଜାର ଟଙ୍କା ଅର୍ଥଦଣ୍ଡ କରିଛନ୍ତି। ଅର୍ଥ ଅନାଦେୟରେ ଅଧିକ ଏକ ବର୍ଷ କାରାଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି।
ସରକାରୀ ଓକିଲ ପୃଥୀରାଜ ସିଂହଦେଓଙ୍କ ଠାରୁ ପ୍ରକାଶ ଯେ, ୨୦୧୪ ମସିହା ଫେବ୍ରୁଆରି ୧୪ ତାରିଖ ଦିନ ବେଲପାହାଡ଼ ଥାନା ଅଧିନସ୍ଥ ଜଣେ ନବାଳିକାକୁ ତାର ପିତାମାତା ବାଧୋଇବାକୁ ଯାଇଥିବା ବେଳେ ପଡ଼ୋଶୀ ଗୋଡା ପୁର୍ତ୍ତି(୩୦) ଘରେ ପଶି ଉକ୍ତ ନାବାଳିକାକୁ ଦୁଷ୍କର୍ମ କରିଥିବା ନାବାଳିକାର ପିତା ଥାନାରେ ଅଭିଯୋଗ କରିଥିଲା। ଏହି ଅଭିଯୋଗର ବିଚାର କରି ବିଚାରପତି ଶ୍ରୀ ଜେନା ୧୨ ଗୋଟି ତଥ୍ୟ ଓ ୧୭ ଗୋଟି ସାକ୍ଷ୍ୟକୁ ଭିତ୍ତି କରି ଗୋଡା ପୂର୍ତ୍ତିକୁ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡ ଶୁଣାଇଛନ୍ତି।